Below header

ଆଗାମୀ ୮ ବର୍ଷ ସୁଦ୍ଧା ଚୀନଠୁ ଅଧିକ ହେବ ଭାରତର ଜନସଂଖ୍ୟା !

ବର୍ତ୍ତମାନ ବିଶ୍ବରେ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ମଧ୍ୟରେ ଚୀନ ସବୁଠାରୁ ଆଗରେ ରହିଛି। ଏହା ପଛକୁ ରହିଛି ଭାରତ। ଜନସଂଖ୍ୟା ରୋକିବା ପାଇଁ ଚୀନ ବିଭିନ୍ନ ଯୋଜନା ଆରମ୍ଭ କରିଥିବା ବେଳେ ଭାରତ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ପାରିନାହିଁ, ଯାହାକି ଭାରତ ପାଇଁ ଶୁଭ ଖବର ନୁହେଁ ବୋଲି ଜନସଂଖ୍ୟା ବୃଦ୍ଧି ଉପରେ ଆସିଥିବା ଜାତିସଂଘର ଏକ ରିପୋର୍ଟରେ ଦର୍ଶା ଯାଇଛି।

ରିପୋର୍ଟ ମୁତାବକ, ଆଗାମୀ ୨୦୫୦ ବେଳକୁ ଭାରତର ଜନସଂଖ୍ୟା ୯୭୦ କୋଟି ଟପିବାର ସମ୍ଭାବନା ରହିଛି। ୨୦୨୭ ବେଳକୁ ଭାରତ ବିଶ୍ବର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ମଧ୍ୟରେ ଚୀନଠୁ ବି ଆଗରେ ରହିବା ଅନୁମାନ କରାଯାଉଛି। ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଏବଂ ସାମାଜିକ ବିଭାଗର ପପୁଲେଶନ ଡିଭିଜନ ‘ଦ ୱାର୍ଲ୍ଡ ପପୁଲେଶନ ପ୍ରୋସ୍ପେକ୍ଟ ୨୦୧୯ ହାଇଲାଇଟ୍ସ (ବିଶ୍ବ ଜନସଂଖ୍ୟା ସଂଭାବନା) ମୁଖପତ୍ର ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ ଆଗାମୀ ୩୦ ବର୍ଷରେ ବିଶ୍ବର ଜନସଂଖ୍ୟା ୨ ବିଲିୟନ ପର୍ଯ୍ୟନ୍ତ ବଢ଼ିବାର ସଂଭାବନା ରହିଛି।

India China୨୦୫୦ ସୁଦ୍ଧା ଜନସଂଖ୍ୟା ୭.୭ ବିଲିୟନରୁ ଟପି ୯୭୦ କୋଟି ପର୍ଯ୍ୟନ୍ତ ପହଞ୍ଚିଯିବାର ଅନୁମାନ କରାଯାଉଛି। ବିଶ୍ବ ଜନସଂଖ୍ୟାରେ ଯେଉଁ ବୃଦ୍ଧି ଘଟିବ ସେଥିରେ ଭାରତ, ନାଇଜେରିଆ, ପାକିସ୍ତାନ, ଇଥିଓପିଆ, ତଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଏବଂ ଆମେରିଆ ଭଳି ରାଷ୍ଟ୍ରର ଜନସଂଖ୍ୟା ବୃଦ୍ଧି ପ୍ରଭାବ ପକାଇବ। ତେବେ ଏହିସବୁ ରାଷ୍ଟ୍ର ମଧ୍ୟରେ ଭାରତରେ ସବୁଠାରୁ ଅଧିକ ବୃଦ୍ଧି ଘଟିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ଚୀନରେ ଜନସଂଖ୍ୟା ବୃଦ୍ଧିରେ ଆସୁଛି ସୁଧାର

ଯେଉଁଠି କେତେକ ଦେଶରେ ଜନସଂଖ୍ୟା ଲଗାତାର ବଢ଼ୁଛି, ସେଭଳି ସ୍ଥଳେ ଚୀନ ଭଳି କେତେକ ଦେଶରେ ଏଥିରେ ସୁଧାର ଆସୁଛି। ରିପୋର୍ଟ ଅନୁଯାୟୀ, ୨୦୧୦ ପରେ ୨୭ ଦେଶ ଏପରି ଅଛି, ଯାହାର ଜନସଂଖ୍ୟା ଏକ ଅଥବା ତା’ ଠାରୁ ଅଧିକ ପ୍ରତିଶତ ହ୍ରାସ ଘଟିଛି। ଏହି ହ୍ରାସ ପ୍ରଜନନ କ୍ଷମତା କମିବାର କାରଣ ଯୋଗୁ ହୋଇଛି।

population ୨୦୧୯ରୁ ୨୦୫୦ ପର୍ଯ୍ୟନ୍ତ ୫୫ ଦେଶ ଏବଂ କ୍ଷେତ୍ରରେ ଏକ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହ୍ରାସ ଘଟିବାର ଅନୁମାନ କରାଯାଉଛି। ସେଥିମଧ୍ୟରୁ ୨୬ ଦେଶର ଜନସଂଖ୍ୟାରେ ପ୍ରାୟ ୧୦ ପ୍ରତିଶତ ହ୍ରାସ ଘଟିପାରେ। ଯେପରିକି, ବର୍ତ୍ତମାନ ସମୟରେ ଚୀନରେ ଜନସଂଖ୍ୟା ୩.୧୪ କୋଟି ବା ୨.୨ ପ୍ରତିଶତ ହ୍ରାସ ପାଇବା ଅନୁମାନ କରାଯାଇଛି।

ଏହା ସହ ପଢ଼ନ୍ତୁ : ଶକ୍ତ ହେବ ଆଇନ, ଏବେ ଦୁଷ୍କର୍ମକାରୀଙ୍କୁ ନିଜ ଖର୍ଚ୍ଚରେ ଦିଆଯିବ ନପୁଂସକ ଇନଜେକସନ୍‌

ରିପୋର୍ଟରେ ଆହୁରି କୁହାଯାଇଛି ଯେ କେତେକ ଦେଶରେ ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ଜନସଂଖ୍ୟା ହ୍ରାସ, ବୃଦ୍ଧିରେ ଏକ କାରଣ ହୋଇପାରେ। ତେବେ ୨୦୧୦ ଏବଂ ୨୦୨୦ ମସିହା ମଧ୍ୟରେ ୧୪ ଦେଶ ଅଥବା କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ପ୍ରବାସୀଙ୍କ ଆଗମନ ହୋଇପାରେ।  ଏଥିରେ ଆଉ ମଧ୍ୟ ଉଲ୍ଲେଖ ରହିଛି ଯେ ହିଂସା, ଅସୁରକ୍ଷା ଏବଂ ସଶସ୍ତ୍ର ଲଢ଼େଇ କାରଣରୁ ଅଧିକ ସଂଖ୍ୟକ ଲୋକ ଅନ୍ୟ ଦେଶକୁ ଚାଲି ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.