ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ଲୁହ ପୋଛିଲେ ରଣବୀର, ଭାଇରାଲ୍ ହେଉଛି ବଲିଉଡ୍ ବାଜିରାଓଙ୍କ ନିଆରା ଅନ୍ଦାଜ୍

ନିଜର ଭିନ୍ନ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ ରଣବୀର ସିଂହ । ନିକଟରେ ଭାରତ – ପାକ୍ ମଧ୍ୟରେ ହୋଇଥିବା ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ଇଂଲଣ୍ଡରେ ପହଂଚିଥିଲେ ବଲିଉଡର ବାଜିରାଓ । ମ୍ୟାଚ୍ ମଧ୍ୟରେ ଖୁବ୍ ମସ୍ତି କରିଥିଲେ ରଣବୀର । ଯାହାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି । ଭାରତର ବିଜୟ ପରେ ରଣବୀରଙ୍କ ଉତ୍ସାହ ଦେଖିବା ଲାୟକ ଥିଲା । ଭାରତର ବିଜୟରେ ଏମିତି ଖୁସି ହୋଇଯାଇଥିଲେ ଯେ କ୍ୟାପଟେନ୍ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ଗ୍ରାଉଣ୍ଡ ମଧ୍ୟରେ ପହଂଚିଯାଇଥିଲେ । ଉଭୟଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଏବେ ରଣବୀରଙ୍କ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ ।

ଭିଡିଓରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ସହ ରଣବୀରଙ୍କୁ ଦେଖିବାକୁ ମିଳିଛି । ପାକିସ୍ତାନର ପରାଜୟ ପରେ ଏହି ଫ୍ୟାନ୍ ଜଣଙ୍କ ଅତ୍ୟନ୍ତ ନିରାଶ ହୋଇଯାଇଥିଲେ । ଯାହାକୁ ଦେଖି ସହି ପାରିନଥିଲେ ରଣବୀର । ଆଉ ତାଙ୍କ ନିକଟକୁ ଯାଇ କୋଳାଇ ନେଇଥିଲେ । ଏବଂ ଆଶ୍ବାସନା ଦେଇ କହିଥିଲେ ଏଥର ନହେଲା ନାହିଁ ଆଗାମୀ ଥର ପାକିସ୍ତାନ ନିଶ୍ଚୟ ଜିତିବ । ଟିମ୍ ଭଲ ଖେଳିଛି । ରଣବୀରଙ୍କ ଏହି ଅନ୍ଦାଜ୍ ପ୍ରଶଂସକଙ୍କ ହୃଦୟ ଜିଣି ନେଇଛି ।

ଦେଖନ୍ତୁ ଭିଡିଓ : 

 

View this post on Instagram

 

#RanveerSingh COMFORTING A PAKISTANI FANNNN!!! WE LOVEEEE YOUUUU 😍😍😍😍😍💕💕💕💕💕

A post shared by ShowSha (@therealshowsha) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.