ମୁଁ ପାକିସ୍ତାନ କ୍ରିକେଟ୍ ଟିମର ମା’ ନୁହେଁ : କାହାକୁ ଏମିତି କଡା ଜବାବ୍ ଦେଲେ ସାନିଆ ମିର୍ଜା ?

ବିଶ୍ବକପରେ ଭାରତଠାରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜୟ ହୋଇଛି ପାକିସ୍ତାନ୍ । ଲଗାତାର ସପ୍ତମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ଟିମ୍ ଇଣ୍ଡିଆ । ତେବେ ପାକିସ୍ତାନର ପରାଜୟ ପରେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ପ୍ରକାର ଭିଡିଓ । ଯେଉଁଠି ବିଜୟକୁ ନେଇ ଭାରତରେ ଧୁମଧାମରେ ଖୁସି ପାଳନ ହୋଇଥିଲା ସେଠି କିନ୍ତୁ ପାକିସ୍ତାନରେ କିଏ ଟିଭି ଭାଙ୍ଗୁଛି ତ ଆଉ କିଏ ପରାଜୟ ପଛରେ ପିଜା ଏବଂ ବର୍ଗର ଦାୟୀ କହୁଛି । ଏହାକୁ ନେଇ ଏବେ ବହୁତ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓମାନଙ୍କ ମଧ୍ୟରେ ଗୋଟିଏ ଭିଡିଓ ହେଉଛି ସାନିଆ ମିର୍ଜାଙ୍କର । ଏହି ଭିଡିଓରେ ଦେଖିବାକୁ ମିଳିଛି ସାନିଆଙ୍କ ସହ ଏକ ପାର୍ଟିରେ ଅଛନ୍ତି ସ୍ବାମୀ ସୋଏବ ମଲ୍ଲିକ୍ । ଏହା ବ୍ୟତୀତ ସେମାନଙ୍କ ସହ ଟିମର ଅନ୍ୟ ଖେଳାଳି ମଧ୍ୟ ସାମିଲ୍ ଥିଲେ । ତେବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଉଭୟ ସୋଏବ୍ ଏବଂ ସାନିଆ ଅନେକ ସମାଲୋଚନାର ଶିକାର ହୋଇଛନ୍ତି ।

ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ ଭିଡିଓକୁ ନେଇ ସିଧା ସଳଖ ସାନିଆଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି କହିଛନ୍ତି , ସାନିଆ ମୁଁ ତୁମ ପିଲାକୁ ନେଇ ବହୁତ ଚିନ୍ତିତ । ଆପଣମାନେ ତାକୁ ନେଇ କାଚର ପ୍ରାସାଦକୁ ଯାଉଛନ୍ତି । କଣ ଏହା ବିପଦଜ୍ଜନକ ନୁହେଁ । ଏହି ସ୍ଥାନ ଜଙ୍କ୍ ଫୁଡ୍ ପାଇଁ ପ୍ରସିଦ୍ଧ । କୌଣସି ଖେଳାଳି ଏବଂ ପିଲାଙ୍କ ପାଇଁ ଏହା ଆଦୌ ଠିକ୍ ନୁହେଁ । ଏକଥା ଆପଣ ଜାଣିବା ଉଚିତ୍ କାରଣ ଆପଣ ନିଜେ ଜଣେ ଖେଳାଳି ଏବଂ ମା’ ମଧ୍ୟ ।

ବୀଣାଙ୍କ ଟୁଇଟର ଶକ୍ତ ଜବାବ୍ ଦେଇଛନ୍ତି ସାନିଆ । ସାନିଆ କହିଛନ୍ତି, ବୀଣା ମୁଁ ମୋ ପିଲାକୁ ସେଠାକୁ ନେଇ ଯାଇ ନଥିଲି । ଆପଣ କିମ୍ବା ପୂରା ଦୁନିଆ ଏଥିପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ । ତା’ର ଯତ୍ନ କିଭଳି ନିଆଯିବ ତାହା ମୋତେ ଭଲ ଭାବରେ ଜଣା । ଆଉ ଏକ କଥା ହେଉଛି, ମୁଁ ପାକିସ୍ତାନ ଟିମର ଫିଟ୍‌ନେସ୍‌ କୋଚ୍ ନୁହେଁ କି ତାଙ୍କ ମା’ ନୁହେଁ, ନା ମୁଁ ତାଙ୍କର ପ୍ରିନ୍ସିପାଲ୍ ନା ଶିକ୍ଷକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.