Below header

ସେନା ଅଫିସର ହେବାପାଇଁ ଇଞ୍ଜିନିୟରଙ୍କ ପାଇଁ ଆସିଲା ବଡ଼ ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

ଇଣ୍ଡିଆନ ଆର୍ମି ତରଫରୁ ନୂଆ ପୋଷ୍ଟ ଜାରି କରାଯାଇଛି । ଅବିବାହିତ ପୁରୁଷ ଓ ମହିଳା ସର୍ଟ ସର୍ଭିସ ବା ଏସଏସସି ପାଇଁ ଆବେଦନ କରିପାରିବେ। joinindianarmy.nic.in ରେ ଆପଣ ଯାଇ ଆବେଦନ କରିପାରିବେ । ଏହାର ଶେଷ ତାରିଖ ୨୩ ଜୁନ ରଖାଯାଇଛି । ଏହା ମାଧ୍ୟମରେ ମୋଟ ୧୯୧ ଭ୍ୟାକେନ୍ସିକୁ ପୂରଣ କରାଯିବ । ଚୟନ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୨୦୨୧ରୁ ଚେନ୍ନାଇରେ ଟ୍ରେନିଂ କ୍ରିୟା ଆରମ୍ଭ ହେବ । ତେବେ ଜାଣି ନିଅନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ।

Indian Army SSC

ଏସଏସସି – ୫୭ ପୁରୁଷ ପଦବୀ
ଏସଏସସିଡବ୍ଲ୍ୟୁ-୨୮ ମହିଳା ପଦବୀ
ଆୟୁ ସୀମା:
ଏସଏସସି– ୫୭ ପୁରୁଷ ପଦବୀ ଓ ଏସଏସସିଡବ୍ଲ୍ୟୁ-୨୮ ମହିଳା ପଦବୀ ପାଇଁ ବୟସ ସୀମା ୨୦ ରୁ ୨୭ ବର୍ଷ ରଖାଯାଇଛି । ଅର୍ଥାତ ପରୀକ୍ଷାର୍ôଥଙ୍କ ଜନ୍ମ ୨ ଅକ୍ଟୋବର ୧୯୯୪ରୁ ୧ ଅକ୍ଟୋବର ୨୦୦୧ ମଧ୍ୟରେ ରହିବ ।

435
pc: india today

ଶିକ୍ଷାଗତ ଯୋଗ୍ୟତା:

ଇଞ୍ଜିନିୟରିଂ ରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ତ୍ଥଏଥିରେ ଫାଇନାଲ ବା ଶେଷ ବର୍ଷର ଛାତ୍ର ଛାତ୍ରୀ ମଧ୍ୟ ଆବେଦନ କରିପାରିବେ । କିନ୍ତୁ ଟ୍ରେନିଂ ଆରମ୍ଭ ହେବାର ୧୨ ସପ୍ତାହ ମଧ୍ୟରେ ଡିଗ୍ରୀ ସାର୍ଟିଫିକେଟ ସବମିଟ କରିବାକୁ ପଡିବ । ଏହି ଟ୍ରେନିଂ ୪୯ ସପ୍ତାହ ପାଖାପାଖି ହେବ । ସଫଳତାପୂର୍ଣ୍ଣ ଟ୍ରେନିଂ ପୁରା କରିଥିବା ପ୍ରାର୍ôଥଙ୍କୁ ମାଡ୍ରାସ ୟୁନିର୍ଭସିଟି ତରଫରୁ ଡିଫେନ୍ସ ମ୍ୟାନେଜମେଣ୍ଟ ଓ ଷ୍ଟ୍ରାଟେଜିକ ଷ୍ଟଡିଜରେ ପିଜି ଡିପ୍ଲୋମା ଦିଆଯିବ ।

ଚୟନ ପ୍ରକ୍ରିୟା:

ଇଞ୍ଜିନିୟରିଂରେ ଡିଗ୍ରୀ ପ୍ରାପ୍ତ କରିଥିବା ପ୍ରାର୍ôଥଙ୍କ ମାର୍କସକୁ ଆଧାର କରି ଏସଏସବି ସାକ୍ଷାତକାର ପାଇଁ ସର୍ଟଲିଷ୍ଟରେ ରଖାଯିବ । ଏହା ୫ ଦିନ ଧରି ଚାଲିବ । ପରୀକ୍ଷାରେ ମଧ୍ୟ ୨ଟି ଭାଗ ରହିବ । ପ୍ରଥମ ଭାଗରେ ପାସ କଲାପରେ ୨ୟ ଭାଗରେ ଏଣ୍ଟ୍ରି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.