Below header

ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଯାଜପୁର (କେନ୍ୟୁଜ): ଅଧ ଘଣ୍ଟାର ପରିଶ୍ରମ ପରେ କୂଅରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର ଗ୍ରାମରେ। ଗ୍ରାମର ଜଣେ ୭୦ ବର୍ଷର ବୃଦ୍ଧା ମରୁଆ ଜେନା ଅଜାଣତରେ ଘର ପାଖରେ ଥିବା ଏକ କୂଅରେ ପଡି ଯାଇଥିଲେ। କୂଅରେ ପାଣି ରହିଥିବା ହେତୁ ବୃଦ୍ଧା ଜଣକ ବୁଡି ଯାଇଥିଲେ।

ଏନେଇ ପରିବାର ଲୋକେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଅଧ ଘଣ୍ଟାର ପରିଶ୍ରମ ପରେ ବୃଦ୍ଧାଙ୍କୁ କୂଅରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି।

ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥଲେ। ଅଗ୍ନିଶମ ବାହିନୀର ଏଭଳି ଉଦ୍ୟମକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.