ଛୋଟ ପିଲାଟି ପୋଲିସ ବାବୁଙ୍କ ହାତରେ ଧରାଇଦେଲା ବାଡି, ଲୋକେ ଦେଖି ଦେଉଛନ୍ତି ଏପରି ରିଆକସନ୍‌

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ଏବେ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଗର୍ବରେ ଆପଣଙ୍କ ଛାତି ଫୁଲି ଉଠିବ। ସୋସିଆଲ ମିଡିଆରେ ଏବେ ଡ୍ୟୁଟିରେ ଥିବା ପୋଲିସକର୍ମୀଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକୁ ଲୋକ ବହୁତ ପସନ୍ଦ କରିବା ସହିତ ଭିଡିଓକୁ ଖୁବ୍ ସେୟାର ମଧ୍ୟ କରୁଛନ୍ତି।

ଭିଡିଓରେ ଜଣେ ଛୋଟ ପିଲାଟି ଛିଡା ହୋଇଥିବା ଜଣେ ପୋଲିସ ବାବୁଙ୍କ ହାତରେ ବାଡି ଧରାଇଦେଇଛନ୍ତି। ଛୋଟ ପିଲାଟି ହାତରେ ବାଡି ଧରି ପୋଲିସକର୍ମୀଙ୍କ ପାଖକୁ ଆସିଲା। ଆଉ ପୋଲିସ ବାବୁ ଜଣଙ୍କ ବି ବହୁତ ଶ୍ରଦ୍ଧାର ସହ ବାଡିଟିକୁ ନେଇଗଲେ। ୧୦ ସେକେଣ୍ଡର ଏହି ଭିଡିଓ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି।

ଏହି ଭିଡିଓକୁ ଆପିଏସ ଅଧିକାରୀ ଦୀପାଂଶୁ କାବରା ସେୟାର କରିଛନ୍ତି। ଏହାକୁ ସେ ୪ ମେରେ ସେୟାର କରିଛନ୍ତି। ଏହି ଭିଡିଓକୁ ଏବେ ସୁଦ୍ଧା ୫୦ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଲୋକଙ୍କୁ ଏହି ଭିଡିଓ ବହୁତ ମାତ୍ରାରେ ପସନ୍ଦ ଆସୁଛି। ସାଧାରଣତଃ ପୋଲିସ ଆଉ ପୋଲିସ ବାଡିକୁ ଦେଖିଲେ ମୁଣ୍ଡରୁ ଝାଳ ବାହାରିଯାଏ କିନ୍ତୁ ଏ ଛୋଟ ପିଲାଟି ବାଡିଟିକୁ ନେଇ ପୋଲିସ ହାତରେ ଧରାଇ ଦେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.