Below header

ମନରେଗା ଯୋଜନା କାର୍ଯ୍ଯରେ ଶ୍ରମିକଙ୍କ ବଦଳରେ ମେସିନ୍ ବ୍ଯବହାର ଅଭିଯୋଗ, ଶାସକ ଓ ବିରୋଧୀ ମୁହାଁମୁହିଁ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଚର୍ଚ୍ଚିତ ପଂଚାୟତ ଖଦାଳପୋଖରୀ । କିଛି ନା କିଛି କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଏହି ପଂଚାୟତ। ପଂଚାୟତରେ ବିଭିନ୍ନ ଗାଁରେ ମନରେଗା ଯୋଜନାରେ ଜାରି ରହିଛି କାମ । ହେଲେ ଏହି କାମକୁ ନେଇ ଏବେ ଶାସକ ଓ ବିରୋଧୀ ମୁହାଁମୁହିଁ । ପଂଚାୟତର ଭୀମପୁର ଗାଁରେ ମନରେଗା ଯୋଜନାରେ ପୋଖରୀ ଖୋଳାଯାଉଛି । ହେଲେ ଏହି କାର୍ଯ୍ଯରେ ଶ୍ରମିକଙ୍କ ବଦଳରେ ମେସିନ ବ୍ଯବହାର କରାଯାଉଥିବାର ଅଭିଯୋଗ କରିଛନ୍ତି ପଂଚାୟତର କିଛି ଲୋକେ ।

ଅନ୍ଯପଟେ ପଂଚାୟତରେ ଯେଉଁ ମନରେଗା କାମ ଚାଲିଛି, ସମ୍ପୂର୍ଣ୍ଣ ନିୟମ ଅନୁସାରେ ଚାଲିଛି ବୋଲି କହିଛନ୍ତି କାମ କରୁଥିବା ଲୋକେ । ମନ୍ଦ ଉଦ୍ଦେଶ୍ଯ ରଖି ବାରମ୍ବାର ଏମିତି ଅଭିଯୋଗ କରାଯାଉଛି । ଭୀମପୁର ଗାଁରେ ଯେଉଁ ପୋଖରୀ କାମ ଉପରେ ଅଭିଯୋଗ ହୋଇଛି ସେ ପୋଖରୀକୁ ମଣିଷ ଖୋଳିଛନ୍ତି । ମେସିନ କାମ କରିନାହିଁ ବୋଲି ଯୁକ୍ତି ରଖିଛନ୍ତି ଜିଲ୍ଲାପରିଷଦ ସଭ୍ଯ । ତଦନ୍ତ ହେଉ ସତ୍ଯାସତ୍ଯ ସାମ୍ନାକୁ ଆସୁ ବୋଲି ମଧ୍ଯ ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ଯ ଖଦାଳପୋଖରୀ ପଂଚାୟତରେ ପାଖାପାଖି ୨୦ଲକ୍ଷ ଟଙ୍କାର ମନରେଗା କାମ ଜାରି ରହିଛି । କରୋନା ମହାମାରୀ ସମୟରେ ଘରେ ବସି ରହିଥିବା ଲୋକମାନଙ୍କୁ ଶ୍ରମ ଯୋଗାଇବା ଲକ୍ଷ୍ୟରେ ମନରେଗା କାମ କରାଯାଉଛି । ଲୋକ ବି ଉପକୃତ ହେଉଛନ୍ତି ।

ଗୋଟିଏ ଗୋଷ୍ଠୀ ମେସିନ୍ କାମ କରିଛି ବୋଲି ଅଭିଯୋଗ କରୁଥିବା ବେଳେ ଅନ୍ଯ ଏକ ଗୋଷ୍ଠୀ ଏହାକୁ ଖଣ୍ଡନ କରିଛନ୍ତି । ତେବେ ପ୍ରଶସାନ ତରଫରୁ ସଠିକ ତଦନ୍ତ କରିବାକୁ ସାଧାରଣରକେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.