Below header

ସେବାରେ ଯିଏ ନିଜକୁ ସମର୍ପିତ କରିଥାଏ, ସେହି ନର୍ସଙ୍କ ପାଇଁ ଆଜିର ଦିନ ଟିଏ…..

ବିଶ୍ୱରେ କରୋନା ପ୍ରାଦୁର୍ଭାବ ପ୍ରାୟ ଏକ ବର୍ଷ ହେବ ଚାଲି ଆସୁଛି । ଆଉ ଏମିତି ଏକ ଦୁଃସ୍ଥିତିରେ ଜଣେ ଜଣେ ପ୍ରକୃତ ଯୋଦ୍ଧା ଭାବେ ଦାୟିତ୍ୱ ତୁଲାଇ ଚାଲିଛନ୍ତି ଡ଼ାକ୍ତର, ନର୍ସ ତଥା ଅନ୍ୟାନ ମେଡିକାଲ ଷ୍ଟାଫ ମାନେ । ନିଜ ପରିବାର, ପରିଜନଙ୍କୁ ପର କରି ସେମାନେ ସମାଜ ସେବାରେ ଲାଗି ପଡିଛନ୍ତି । ଆଉ ସେମାନଙ୍କ ଦିନ ରାତିର ପରିଶ୍ରମ ତଥା ଆପ୍ରାଣ ଚେଷ୍ଟା ଫଳରେ ହିଁ ଆମେ ଆଜି କୋଭିଡକୁ ମାତ ଦେବାରେ କିଛିଟା ସଫଳତା ଲାଭ କରି ପାରିଛୁ । ଜଣେ ନର୍ସିଙ୍ଗ ଭଳି ଏକ ବୃତ୍ତି ନଥାନ୍ତା ତେବେ କୋଭିଡ ଲଢେଇ ସେତେଟା ସହଜ ହୋଇପାରି ନଥାନ୍ତା । ଆଉ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ବିଶେଷ ଦିନଟିକୁ ଉତ୍ସର୍ଗିକୃତ କରିବା ।

nurse day  ଅନ୍ତରାଷ୍ଟ୍ରୀୟ ନର୍ସିଙ୍ଗ ଦିବସର ଇତିହାସ:  

ଆଜିର ଅର୍ଥାତ ମେ’ ମାସ ୧୨ ତାରିଖରେ ଫ୍ଲୋରେନ୍ସ ନାଇଟଆଙ୍ଗଲଙ୍କ ଜନ୍ମ ହୋଇଥିଲା । ଯାହାଙ୍କୁ ଆଧୁନିକ ନର୍ସିଙ୍ଗର ସଂସ୍ଥାପକ ଭାବେ ଧରାଯାଏ । ଏହି କାରଣରୁ ହିଁ ତାଙ୍କ ଜନ୍ମ ଦିନକୁ ୧୯୭୪  ମସିହା ଠାରୁ ଇଣ୍ଟରନ୍ୟାସନାଲ କାଉନସିଲିଂ ଅଫ ନର୍ସ ତରଫରୁ “ଅନ୍ତରାଷ୍ଟ୍ରୀୟ ନର୍ସିଙ୍ଗ ଦିବସ” ଭାବେ ପାଳନ କରାଯାଇ ଆସୁଛି । ଏହି ବିଶେଷ ଦିନରେ ସେମାନଙ୍କୁ ସମ୍ମାନିତ କରାଯାଇଥାଏ ।

ନର୍ସ ମାନେ ନିଜ ଜ୍ଞାନ, ଅନୁଭବ ଓ ପରିଶ୍ରମକୁ ଉପଯୋଗ କରି ରୋଗୀ ମାନଙ୍କ ଦେଖାଶୁଣା କରି ସେମାନଙ୍କୁ ସୁସ୍ଥ କରିଥାନ୍ତି । ରୋଗୀଙ୍କ ଦେଖାଶୁଣା କରିବା ସେତେଟା ସହଜ ନୁହେଁ | ଟିକେ ଏପଟ ସେପଟ ହେଲେ ଜଣଙ୍କ ଜୀବନ ବି ଯାଇପାରେ । ଆଜିକା ସମୟରେ ଡାକ୍ତରଙ୍କ ତୁଳନାରେ ନର୍ସ ମାନଙ୍କୁ ସେତେଟା ଗୁରୁତ୍ୱ ଦିଆଯାଉନଥିଲେ ମଧ୍ୟ ତାଙ୍କ ଯୋଗଦାନ ସତରେ ଅତୁଳନୀୟ ।

ଚଳିତ ବର୍ଷ ଏହି ଦିନର ଥିମ “ନେତୃତ୍ୱ ପାଇଁ ଏକ ସ୍ୱର: ଭବିଷ୍ୟ ସ୍ୱାସ୍ଥ୍ୟ ପାଇଁ ଏକ ଦୃଷ୍ଟି” ରଖାଯାଇଛି । ଏହି ଥିମ ଅନୁଯାୟୀ ଭବିଷ୍ୟତରେ ନର୍ସ ମାନଙ୍କୁ ସ୍ୱାସ୍ଥ୍ୟ ସେବାର ମହତ୍ୱ ନେବା ସହ ନେତୃତ୍ବ ନିଆଯିବା ନେଇ ଶିଖାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.