କରୋନାକୁ ହରାଇଲେ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ୧୦୭ ବର୍ଷୀୟ ଦୟାନିଧି ପଣ୍ଡା

ବାଲେଶ୍ୱର (କେନ୍ୟୁଜ) : କରୋନାକୁ ହରାଇଲେ । ହେଲେ ଜୀବନ ଯୁଦ୍ଧରେ ହାରିଗଲେ । କରୋନା ଲଢେଇରେ ବିଜୟୀ ହୋଇଥିବା ବାଲେଶ୍ୱର ଶେରଗଡର ଶତାୟୁ ଦୟାନିଧି ପଣ୍ଡାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ଆଜି ଦୟାନିଧିଙ୍କର ଦେହାନ୍ତ ହୋଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇ ଦିନ ତଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ୧୦୭ବର୍ଷର ଦୟାନିଧି ପଣ୍ଡା । ହେଲେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.