କରୋନାରେ ସଂକ୍ରମିତ ହେଉଥିବା ଯୁବବର୍ଗଙ୍କ ସଂଖ୍ୟା ଅଧିକ, ରିପୋର୍ଟରୁ ପ୍ରକାଶ

ଦେଶରେ କରୋନାର ୨ୟ ଲହର ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । କିଛିଦିନ ପୂର୍ବରୁ ୪ଲକ୍ଷ କେସ ଗୋଟିଏ ଦିନରେ ଆସିଥିଲା । ତେବେ ସର୍ଭେରୁ ଜଣା ପଡିଛି ଯେ, ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବୟସ ବହୁତ କମ ରହିଛି । ଅର୍ଥାତ କରୋନାର ୨ୟ ଲହର ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବଙ୍କ କହବିା ଅନୁଯାୟୀ ଏବେର ସମୟରେ ଯୁବବର୍ଗ ମାନେ ଅଧିକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲକ୍ଷଣ ଯୁବ ବର୍ଗଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । କାରଣ ସେମାନେ ନିୟମର ପାଳନ ଠିକ ରୂପେ କରୁନାହାନ୍ତି । ବର୍ଷର ଶେଷ ସମୟରେ ସଚେତନ ହୋଇ ରହିବା ପରିବର୍ତ୍ତେ ଖୁଲମ ଖୁଲା ବୁଲିବା ଦ୍ୱାରା ଏହା ଅଧିକ ମାତ୍ରାରେ ବ୍ୟାପିଛି ।

ତେବେ ଏହି ରିପୋର୍ଟକୁ କେନ୍ଦ୍ର ଖଣ୍ଡନ କରିଛି । ଅପ୍ରେଲରେ ଜାରି କରାଯାଇଥିବା କେନ୍ଦ୍ରର ଡାଟାକୁ ଦେଖିଲେ ଜଣା ପଡେ ଯେ , ପ୍ରଥମ ଲହରରେ ୩୧% ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଯେଉଁମାନଙ୍କ ବୟସ ୩୦ ବର୍ଷରୁ କମ । ତେବେ ୨୦୨୧ରେ ଏହା ବୃଦ୍ଧି ପ୍ଧବ ୩୨% ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.