ଅଜୟ ଦେବଗନଙ୍କ ହିରୋଇନ ଆକାଂକ୍ଷା ସିଂ କରୋନା ରୋଗୀଙ୍କ ପାଇଁ ଅନଲାଇନରେ କରିବେ ନିଜ ଡ୍ରେସ ସେଲ

କରୋନାର ଏହି ଜଟିଳ ପରିସ୍ଥିତିରେ ସମସ୍ତେ ନିଜ ତରଫରୁ କିଛି ନା କିଛି ସହଯୋଗର ହାତ ବଢ଼ାଉଛନ୍ତି । ଏ ପରିସ୍ଥିତିରେ ବଲିଉଡ଼ ସେଲିବ୍ରେଟି ମଧ୍ୟ ବାଦ ପଡି ନାହାନ୍ତି । ଲୋକଙ୍କୁ ସାହାଯ୍ୟ କରିବା ନିମିତ୍ତ ସୋସିଆଲ ମିଡିଆରେ ଅନେକ ଅଭିଯାନ ଆରମ୍ଭ ହୋଇଛି । ଏହି ସ୍ଥଳରେ କିଛି ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ତରରୁ ମଧ୍ୟ ସାହାଯ୍ୟ କରୁଛନ୍ତି ।

 

View this post on Instagram

 

A post shared by Aakanksha Singh (@aakankshasingh30)

ଅଜୟ ଦେବଗନଙ୍କ ଆଗାମୀ ମୁଭି Maydayରେ ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବାକୁ ଯାଉଥିବା ଅଭିନେତ୍ରୀ ଆକାଂକ୍ଷା ସିଂ ସହଯୋଗର ହାତ ବଢ଼ାଇଛନ୍ତି । ଏହି ସମୟରେ ସେ କରୋନା ରୋଗୀଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ ଡ୍ରେସକୁ ଅନଲାଇନରେ ସେଲ ବା ବିକ୍ରି କରିଛନ୍ତି ।

କିଛି ଦିନ ପୂର୍ବରୁ ଅଭିନେତ୍ରୀ ଜଣକ ନିଜ ହୋମଟାଉନ ଜୟପୁରରେ ଭୋଜନ ବିତରଣ କେନ୍ଦ୍ରର ଆୟୋଜନ କରିଥିଲେ । ଏବେ ମୁମ୍ବାଇରେ କରୋନା ଜନିତ ରୋଗୀଙ୍କ ପାଇଁ ନିଜ ଡ୍ରେସ ସେଲରେ ଲଗାଇଛନ୍ତି ।

3
pc: Public Point

ଏହି କଠିନ ସମୟରେ ସମସ୍ତେ ମିଳିତ ହୋଇ ସହଯୋଗ କରିବା ଉଚିତ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସେବା ଯୋଗାଇବା ଆବଶ୍ୟକ । ଏହାକଲେ ମହାମାରୀ ସହ ଲଢ଼ିବା ପାଇଁ ଲୋକଙ୍କ ମଧ୍ୟରେ ସାହସ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.