ଶରୀରରେ କରୋନାର ସମସ୍ତ ଲକ୍ଷଣ ଥାଇ ବି ବାରମ୍ବାର ରିପୋର୍ଟ ଆସୁଥିଲା ନେଗେଟିଭ, ଶେଷରେ ମୃତ୍ୟୁବରଣ କଲେ ଜୁନିୟର ଡାକ୍ତର

କରୋନା ଏକ ଏତେ ଭୟାନକ ରୋଗ ପାଲଟିଗଲାଣି ଯେ ଏହାକୁ ଚିହ୍ନିବା ବି ଡାକ୍ତର ମାନଙ୍କ ପାଖେ ମୁସ୍କିଲ ହୋଇପଡିଲାଣି । ନିକଟରେ ହାଇଦ୍ରାବାଦ ଡାକ୍ତରମାନେ ଦେଇଥିବା ଏକ ରିପୋର୍ଟ ଅନୁଯାୟୀ କରୋନା ଏବେ ଫୁସଫୁସକୁ ଛାଡି ପେଟକୁ ଆକ୍ରମଣ କଲାଣି । ଯାହା ଫଳରେ କାରଣ ରୋଗୀଙ୍କଠାରେ ଏବେ ଥଣ୍ଡା, କାଶ ଜ୍ଵର ବ୍ୟତୀତ ମୁଣ୍ଡବିନ୍ଧା, ଡାଇରିଆ , ବାନ୍ତି ପରି ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ନିକଟରେ ଏକ ଏପରି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦିଲ୍ଲୀର ଜଣେ ଜୁନିଅର ଡାକ୍ତରଙ୍କ ଠାରେ କରୋନାର ସମସ୍ତ ଲକ୍ଷଣ ଦେଖାଯିବା ସତ୍ତ୍ୱେ ମଧ୍ୟ ତାଙ୍କର ରିପୋର୍ଟ ଦୁଇଥର ନେଗେଟିଭ ଆସିଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ।

26 year old doctor dies after testing negative for COVID-19 twice

ସୂଚନା ଅନୁଯାୟୀ ୨୬ ବର୍ଷୀୟ ଜୁନିୟର ରେସିଡେଣ୍ଟ ଡାକ୍ତର ଅଭିଷେକ ଭୟାନା ଗୁରୁବାର ସକାଳେ ନିଜ ଭାଇ ଅମନ୍‌ (୩୧)ଙ୍କୁ ନିଜର ସ୍ୱାସ୍ଥ୍ୟାବସ୍ଥା ବାବଦରେ କହିଥିଲେ । କରୋନାର ସବୁ ଲକ୍ଷଣ ଥିବା ସତ୍ତ୍ୱେ ତାଙ୍କର ଦୁଇଥର ଯାକ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଶେଷରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଶ୍ୱାସକ୍ରିୟାରେ ବି ସମସ୍ୟା ଉପୁଜିଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଅଭିଷେକ ଉକ୍ତ ଡେଣ୍ଟାଲ ହସ୍ପିଟାଲର ଓରାଲ ସର୍ଜରି ବିଭାଗରେ ଡାକ୍ତର ଥିଲେ ।

Coronavirus: Junior doctor in Delhi dies even after testing negative twice, says family

ଶୁକ୍ରବାର ଅପରାହ୍ନରେ ଅଭିଷେକଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଯାଇଛି । ଏମ୍‌ଏଆଇଡିଏସ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ମୁତାବକ ଅଭିଷେକ ବେଶ୍‌ ଉତ୍ସାହୀ ଓ ପରିଶ୍ରମୀ ଥିଲେ । ତାଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ସବୁ ଲକ୍ଷଣ ଥିଲା । କିନ୍ତୁ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସି ନ ଥିଲା । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଭାଇ ଅମନ୍‌ କହିଛନ୍ତି, ଗୁରୁବାର ସକାଳେ ଅଭିଷେକ ଅତ୍ୟନ୍ତ କ୍ଳାନ୍ତି ଅନୁଭବ କରିଥିଲା କିନ୍ତୁ ସବୁ ଠିକ୍‌ ହୋଇଯିବ ବୋଲି ମୁଁ ତାକୁ କହିଥିଲି। ଜୁଲାଇ ୨୨ରେ ସେ ୨୭ ବର୍ଷରେ ପଦାର୍ପଣ କରିଥାନ୍ତା ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.