Below header

କମଲା ହ୍ୟାରିସ : ବାରାକ ଓବାମାଙ୍କ ଫିମେଲ ଭର୍ସନ, ଯାହାଙ୍କୁ ମିଳିଲା ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ଉପରାଷ୍ଟ୍ରପତି ପାହ୍ୟା

ବିଶ୍ୱର ସବୁଠୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ବିଜୟୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ । ଆଉ ସବୁଠୁ ବଡ କଥା ହେଉଛି ଯେ ଜଣେ ମହିଳା ଭାବରେ ଆମେରିକାର ଦ୍ଵିତୀୟ ସର୍ବୋଚ ଆସନ ହାସଲ କରିଛନ୍ତି ।ଏଇ ଗୋଟିଏ ନୁହେଁ କମଲାଙ୍କ ନାଁ ଆଗରେ ଅନେକ “ପ୍ରଥମ” ଯୋଡି ହୋଇଛି । ସେ ହେଉଛନ୍ତି ପ୍ରଥମ କୃଷ୍ଣ କାୟ, ପ୍ରଥମ ଭାରତୀୟ ବଂସୋଦ୍ଭବ, ପ୍ରଥମ ଏସିଆନ ଯିଏ ଆମେରିକା ଉପରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି । ହାରିସଙ୍କ ଏହି ଯାତ୍ରାର ଆରମ୍ଭ ହୋଇଥିଲା ୨୦୨୦ ଅଗଷ୍ଟ ମାସରୁ । ଏହି ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡ଼େନ ନିର୍ବାଚନରେ ତାଙ୍କୁ ନିଜ ସହଯାତ୍ରୀ ଭାବରେ ବାଛିଥିଲେ । ସୂଚନା ଦେବା ଯୋଗ୍ୟକି ଏହାର କିଛି ମାସ ପୂର୍ବରୁ ରାଷ୍ଟ୍ରପତି ଦୌଡରେ ଥିଲେ କମଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାଭାବ କାରଣରୁ ନିଜେ ଏହି ଦୌଡରୁ ଓହରି ଆସିଥିଲେ । ଆମେରିକା ଉପରାଷ୍ଟ୍ର ପତି ପଦ ପାଇଁ ମନୋନୀତ ହେବାରେ ସେ ହେଉଛନ୍ତି ତୃତୀୟ ମହିଳା । ୫୬ ବର୍ଷ ବୟସ୍କା କାର୍ଲିଫର୍ନିଆର ଏହି ସିନେଟର ତିନି ଜଣ ଏସିଆନ-ଆମେରିକାନ ସିନେଟରଙ୍କ ମଧ୍ୟରୁ ଜଣେ ଥିଲେ । ଖାଲି ଭାରତ ନୁହେଁ ଆଫ୍ରିକା ସହିତ ମଧ୍ୟ ତାଙ୍କ ସମ୍ପର୍କ ଖୁବ ନିବିଡ । କାରଣ ତାଙ୍କ ପିତା ଡୋନାଲ୍ଡ ହ୍ୟାରୀସ ଆଫ୍ରିକାସ୍ଥିତ ଜାମାଇକାର ମୂଳବାସିନ୍ଦା ହୋଇଥିବା ବେଳେ ମା’ ଶ୍ୟାମଳ ଗୋପାଳନ ହେଉଛନ୍ତି ଭାରତର ରାଜ୍ୟ ତାମିଲ ନାଡ଼ୁର ମୂଳବାସିନ୍ଦା । ଏହି କାରଣରୁ ଜଣେ ଆଫ୍ରିକାନ-ଆମେରିକାନ ଭାବରେ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ମହିଳା ।

kamalaଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କମଲାଙ୍କୁ ବାରାକ ଓବାମାଙ୍କ ସହ ତୁଳନା କରାଯାଏ । ଏମିତିକି ଜଣେ ସାମ୍ବାଦିକ ତାଙ୍କୁ “ଫିମେଲ ବାରାକ ଓବାମା” ନାଁ ଦେଇଥିଲେ । ଏମିତିରେ ବାରାକଙ୍କର ଖୁବ ନିକଟତର ବି ଥିଲେ କମଳା । ଓବାମାଙ୍କ ଅନେକ ନିର୍ବାଚନୀ ସଭାରେ କମଲା ଉପସ୍ଥିତ ଥିବାର ମଧ୍ୟ ଦେଖାଯାଏ । ବାପା ମା’ଙ୍କ ମଧ୍ୟରେ ଛାଡପତ୍ର ହେବା ପରେ କମଲା ଓ ତାଙ୍କ ସାନ ଭଉଣୀଙ୍କ ଲାଲାପାଳନ ଦାୟିତ୍ୱ ମା’ଙ୍କ ଉପରେ ପଡ଼ିଥିଲା । କମଲାଙ୍କ ଜନ୍ମ ଓକଲାଣ୍ଡରେ ହୋଇଥିବା ବେଳେ ବରକେଲି ଠାରେ ତାଙ୍କର ପିଲା ବେଳ କଟିଥିଲା । ଯେବେକି କାନାଡ଼ା ଠାରେ ତାଙ୍କ ହାଇସ୍କୁଲ ଶିକ୍ଷା ଶେଷ ହୋଇଥିଲା । କମଳାଙ୍କ ଏପରି ସଫଳତା ପଛରେ ତାଙ୍କ ମା’ ଙ୍କର ଅନେକ ଅବଦାନ ଥିବା ସେ କହନ୍ତି । ହାଇସ୍କୁଲ ଶିକ୍ଷା ପରେ ହାବାର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।

kamala

ପରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରି ଜଣେ ଓକିଲ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୩  ସୁଦ୍ଧା ସାନଫ୍ରାନସିସ୍କୋର ଟପ ଲୟର ଭାବରେ ଖ୍ୟାତି ଲାଭ କରିଥିଲେ । ଆଉ ୨୦୧୦ରେ ପ୍ରଥମ ମହିଳା ଓ ପ୍ରଥମ କୃଷ୍ଣ କାୟ ବ୍ୟକ୍ତି ଭାବରେ କାର୍ଲିଫର୍ନିଆର ଆଟର୍ଣ୍ଣି ଜେନେରାଲ ଭାବରେ ନିର୍ବାଚିତ ହୋଇଥିଲେ । ଆଟର୍ଣ୍ଣି ଜେନେରାଲ ଭାବରେ ଦାୟିତ୍ୱ ତୁଲାଇବା ସମୟରେ ହିଁ ଡେମୋ କ୍ରାଟିକ ପାର୍ଟିର ସଦସ୍ୟତା ହାସଲ କରିଥିଲେ ଓ ୨୦୧୭ ରେ କାର୍ଲିଫର୍ନିଆ ସିନେତାର ଭାବରେ ନିର୍ବାଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.