ଘରେ ଅବଶ୍ୟ ଲଗାନ୍ତୁ କନିଅର ଗଛ, ଲକ୍ଷ୍ମୀ-ନାରାୟଣ ହୁଅନ୍ତି ସନ୍ତୁଷ୍ଟ; ମାଙ୍ଗଳିକ କାର୍ଯ୍ୟରେ ଆସେ ନାହିଁ ବାଧା

ବାସ୍ତୁ ଶାସ୍ତ୍ର ମୁତାବକ, କିଛି ଗଛ ଘରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ସଞ୍ଚାର କରି ଥାଆନ୍ତି। ଯେପରି ବେଲ, ଅଁଳା, ଲାଜକୁଳି ଲତା, ତୁଳସୀ ଆଦି ଗଛ ଘରେ ଲଗାଇବା ଦ୍ୱାରା ସୁଖ ଆସିଥାଏ। ସେହିପରି କନିଅର ଗଛ ମଧ୍ୟ ଘରର ଉନ୍ନତି ପାଇଁ ଶୁଭ ହୋଇଥାଏ। ଏହି ଗଛର ଈଶ୍ୱରୀୟ ଗୁଣ ଘରେ ପରସ୍ପର ଭିତରେ କଳହକୁ ଶାନ୍ତ କରିବାରେ ସହାୟକ ହୋଇଥାଏ। ଏଥି ସହିତ ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ମଜଭୁତ କରିଥାଏ। ଏମିତିରେ ଆସନ୍ତୁ ଜାଣିବା କି, ବାସ୍ତୁ ମୁତାବକ କନିଅର ଗଛ କେଉଁ ପ୍ରକାର ବାସ୍ତୁ ଦୋଷକୁ ଦୂର କରି ଘରେ ସୁଖ, ଶାନ୍ତିର ପରିବେଶ ସୃଷ୍ଟି କରିଥାଏ।

ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ

ବାସ୍ତୁ ଶାସ୍ତ୍ରରେ କନିଅର ଗଛ ଘର ଏବଂ ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି କି, ଏହି ଗଛରେ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି। କନିଅର ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ଧଳା ଏବଂ ଅନ୍ୟଟି ହଳଦିଆ। ଧର୍ମ ଶାସ୍ତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ଧଳା କନିଅର ଫୁଲ ଗଛ ମା’ ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ। ସେହିପରି ହଳଦିଆ କନିଅର ଫୁଲ ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି।

ବଢ଼ିଥାଏ ଧନ, ସମ୍ପତ୍ତି

କୁହାଯାଏ, ଯେଉଁ କନିଅର ଗଛ ବର୍ଷସାରା ଫୁଲରେ ପରିପୂର୍ଣ୍ଣ ରୁହେ, ସେହି ଗଛକୁ ଘରେ ଲଗାଇବା ଦ୍ୱାରା ସବୁବେଳେ ଧନର ଆଗମନ ହୋଇଥାଏ। କନିଅର ଗଛ ଘରର ପରିବେଶକୁ ଶାନ୍ତ ରଖିଥାଏ। ଏଥି ସହିତ ଘରେ ସକାରାତ୍ମକତା ମଧ୍ୟ ବଜାୟ ରଖିଥାଏ। ଏହାକୁ ପୂର୍ବ କିମ୍ବା ପୂର୍ବ-ଉତ୍ତର କୋଣରେ ଲଗାଇବା ଦ୍ୱାରା ଘରେ ସବୁବେଳେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟାକୁ ଦୂର କରି ଥାଆନ୍ତି। ସେପଟେ ହଳଦିଆ ରଙ୍ଗର କନିଅର ଫୁଲ ଗଛକୁ ଘରେ ଲଗାଇବା ଏବଂ ଏହାର ଫୁଲରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିଥାଏ। ଏହା ବ୍ୟତୀତ ଧନ, ସମ୍ପତ୍ତି ବଢ଼ିଥାଏ ଏବଂ ମାଙ୍ଗଳିକ କାର୍ଯ୍ୟରେ କୌଣସି ବି ପ୍ରକାରର ପ୍ରତିବନ୍ଧକ ଆସେ ନାହିଁ। କହି ରଖୁଛୁ କି, କନିଅର ଗଛ ଅନେକ ପ୍ରକାର ରୋଗରେ ଔଷଧ ଭାବରେ କାମ କରିଥାଏ। କିନ୍ତୁ ଏହାର ଫୁଲ ଏବଂ ମଞ୍ଜି ବିଷାକ୍ତ ହୋଇଥାଏ। ଏଥିପାଇଁ ଏହାକୁ ଏମିତି ଜାଗାରେ ଲଗାଇବା ଉଚିତ, ଯେପରି ଛୋଟ ପିଲାମାନେ ଏହା ପାଖରେ ପହଞ୍ଚି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.