କରାଟେ କରୁଛି ୪ ବର୍ଷର ଭାଲୁ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭାଲୁର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ଭିଡିଓରେ ଭାଲୁଟି ପାରମ୍ପରିକ ମାର୍ଶଲ ଆର୍ଟ କରୁଥିବା ଦେଖାଯାଇଛି। ଭାଲୁଟି ହାତରେ ମାର୍ଶଲ ଆର୍ଟ ବେଳେ ହାତରେ ଧରାଯାଉଥିବା ଏକ ସ୍ୱତନ୍ତ୍ର ଉପକରଣ ଧରି ଖେଳୁଛି। ଯାହା ମାର୍ଶଲ ଆର୍ଟ କରିବା ଭଳି ଦେଖାଯାଉଛି। ଏହି ଉପକରଣ ତିନି ଖଣ୍ଡ କାଠ କିମ୍ବା କୌଣସି ଧାତୁରେ ତିଆରି ହୋଇଥିବା ବେଳେ ଜଞ୍ଜିର କିମ୍ବା ରଶିରେ ବନ୍ଧାଯାଇଥାଏ।

ଭିଡିଓଟି ଜାପାନର ଜୁଗିୟାମା ଜୁଲୋଜିକାଲ ପାର୍କର ବୋଲି ଜଣାଯାଇଛି। ଭିଡିଓରେ ମାର୍ଶଲ ଆର୍ଟ କରୁଥିବା ଭାଲୁର ବୟସ ପ୍ରାୟ ୪ ବର୍ଷ ହେବ। ସେ ମାର୍ଶଲ ଆର୍ଟ ବେଳେ ବ୍ୟବହାର କରାଯାଉଥିବା ଉପକରଣକୁ ଧରି ସେଥିରେ ବିଭିନ୍ନ କଳା କୌଶଳ ଦେଖାଉଛି। ଏହି ଉପକରଣ ଧରି ଭାଲୁ ଦୁଇ ହାତରେ ଖେଳୁଛି। ତଥାପି ତା’ ମନ ଭରୁ ନାହିଁ। ସେ ଖେଳି ଖେଳି ବସିଯାଉଛି ଓ ବସିବା ପରେ ବି ସେଥିରେ କଳା କୌଶଳ ଦେଖାଉଛି।

Kevin Brackett ନାମକ ଜଣେ ୟୁଜର ଏହି ଭିଡିଓଟିକୁ ଟ୍ଵିଟ୍‌ରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଭାଲୁକୁ ନନ୍‌ଚକ୍‌ ଭାଲୁ ବୋଲି ସମ୍ବୋଧିତ କରିଛନ୍ତି। ଭାଲୁର ଏହି ଭିଡିଓକୁ ଏବେ ଯାଏଁ ୧୨ ମିଲିୟନ୍‌ ଥର ଦେଖାସରିଲାଣି। ସେହିଭଳି ଏଥିରେ ୧.୩ ଲକ୍ଷ ଲାଇକ୍‌ ଓ ୪୦ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ଆସିଛି।

ଆସନ୍ତୁ ଦେଖିବା ଭିଡିଓରେ ମିଳିଥିବା କେତେକ କମେଣ୍ଟ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.