ସାବଧାନ ! ଫ୍ରିଜ କମ୍ପ୍ରେସରରେ ନାଗ ସାପ କରୁଛନ୍ତି ଘର, ଦେଖନ୍ତୁ ଭିଡିଓ

ଘରର କୋଣ ଅନୁକୋଣରେ ବେଳେ ବେଳେ ଭୟଙ୍କର ଜୀବଜନ୍ତୁ ଯାଇ ରହିଯାଇଥାନ୍ତି, ଆଉ ଏହା ବିଷୟରେ ଆମକୁ ଜଣାନଥାଏ। ଆଉ ଏମାନଙ୍କୁ ହଠାତ୍‌ ଦେଖିଦେଲେ ମନରେ ଭୟ ଆସିଯାଏ। ଆଉ ବେଳେ ବେଳେ କିଛି ଜନ୍ତୁ ଥଣ୍ଡା ସ୍ଥାନରେ ଯାଇ ରହିଯାଇଥାନ୍ତି । ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଏମିତି ଆଶ୍ଚର୍ଯ୍ୟକର ଭିଡିଓ ନିଶ୍ଚିତ ଦେଖୁଥିବେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟ କରିବେ।

ଭିଡିଓରେ ଦେଖିବାକୁ ମିଳିଛି, ଏକ ନାଗ ସାପ ଥଣ୍ଡା ପାଇ ଫ୍ରିଜରେ ରହିଯାଇଛି। ଫ୍ରିଜରେ ପଛପଟରେ ଥିବା ତଳ ଥାକରେ ସାପ କୁଣ୍ଡଳୀ ମାରି ରହିଛି। କର୍ଣ୍ଣାଟକର ଏକ ଗାଁରେ ଏହି ଘଟଣା ଘଟିଛି। ପରିବାରର ଜଣେ ସଦସ୍ୟ ହଠାତ୍‌ ଫ୍ରିଜ୍‌ ତଳେ ନାଗ ଶୋଇଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବନ ବିଭାଗର ଅଧିକାରୀକୁ ଫୋନ କରି ଜଣାଇଥିଲେ। ଆଉ ନାଗକୁ ଧରିବା ପାଇଁ ଅଧିକାରୀ ଜଣକ ପହଞ୍ଚିଥିଲେ। ଅଧିକାରୀ ଜଣ ମୋବାଇଲ ଲାଇଟ ମାରି ସାପକୁ ଧରିଥିଲେ। ଯାହାର ଭିଡିଓ ଭାଇରଲ ହେଉଛି।

 

View this post on Instagram

 

A post shared by Zee News (@zeenews)

ସାପ ଫ୍ରିଜର ସର୍କୁଲର କମ୍ପ୍ରେସରରେ ରହିଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି, ସାପକୁ କିପରି ଧିରେ ଧିରେ କାଢିଛନ୍ତି। ଆଉ ସାପକୁ ବାହାର କି ଏକ ଜାରରେ ଭରିଛନ୍ତି। ସାପ ଥଣ୍ଡାଦିନରେ ରାତିରେ ଗରମ ସ୍ଥାନ ଖୋଜିନ୍ତି। ଆଉ ଫ୍ରିଜରେ କମ୍ପ୍ରେସରରେ ଗରମ ଯୋଗୁଁ ଯାଇ ସାପଟି ରହିଛି ବୋଲି ବନ ଅଧିକାରୀ କହିଛନ୍ତି। ଏହି ଭିଡିଓକୁ ଜି ନ୍ୟୁଜ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛି। ଏହି ଭିଡିଓ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଲୋକମାନେ ନିଜର ବିଭିନ୍ନ ଅନୁଭୂତିକୁ ସେୟାର କରିଛନ୍ତି।

ଏଟିଏମ ମେସିନରୁ ବାହରିଛନ୍ତି ନାଗ ସାପ । ଏଟିଏମରେ ଟଙ୍କା ଭରିବାକୁ ବ୍ୟାଙ୍କର ଜଣେ ଅଧିକାରୀ ମେସିନ ଖୋଲିବାରୁ ଭିତରେ ସାପ ଥିବା ଦେଖିବାକୁ ପାଇଥିଲେ ।  ସାଇକେଲ ଚକା ଭିତରକୁ ପଶିଆସିଥିଲା ଏକ ବିରାଟ ନାଗସାପ । ସ୍ପକ ଭିତରେ ଗୁଡେଇ ତୁଡେଇ ହୋଇ ରହିଥିଲା ।

ଏମିତି ଅନେକ ଭିଡିଓ ପୂର୍ବରୁ ଦେଖିବାକୁ ମିଳିଛି । ତେବେ ଆପଣ କୌଣସି ଜିନିଷ ଧରିବା ପୂର୍ବରୁ ଭଲଭାବେ ଚେକ୍‌ କରିଦିଅନ୍ତୁ। ହୁଏତ ଆପଣଙ୍କ ଘରେ ଏମିତି ବିପଦପୂର୍ଣ୍ଣ ଜୀବ ଲୁଚିଥାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.