ଶ୍ମଶାନ ଚିତା ଉପରେ ଅବସ୍ଥିତ ଏହି ମନ୍ଦିର, ମାଁଙ୍କ ଦର୍ଶନ କରିବା ମାତ୍ରେ ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା

ବିହାର ସ୍ଥିତ ଦରଭଙ୍ଗାରେ ନିର୍ମାର୍ଣ ହୋଇଛି ମାଁ କାଳୀଙ୍କ ଧାମ ଶ୍ୟାମାକାଳୀ ମନ୍ଦିର। ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରାଯାଇଥାଏ। ଏହି ମନ୍ଦିର ଶ୍ୟାମାମାଇ ମନ୍ଦିର ନାମରେ ମଧ୍ୟ ଜଣାଶୁଣା। ଶ୍ୟାମାମାଇ ମନ୍ଦିର ଶ୍ମଶାନ ଘାଟରେ ମହାରାଜା ରାମେଶ୍ୱର ସିଂହଙ୍କ ଚିତ୍ତା ଉପରେ ନିର୍ମାଣ କରାଯାଇଛି ଏବଂ ଆପେ ଆପେ ହିଁ ଏହି ଅସାମାନ୍ୟ ଘଟଣା ଘଟିଯାଇଛି। ମହାରାଜା ରାମେଶ୍ୱର ସିଂହ ଦରଭଙ୍ଗା ରାଜ ପରିବାରର ସାଧକ ରାଜାଙ୍କ ମଧରୁ ଜଣେ। ରାଜାଙ୍କ ନାଁ କାରଣରୁ ଏହି ନ୍ଦିରକୁ ରାମେଶ୍ୱରୀ ଶ୍ୟାମାମାଇ ନାମରେ ଜଣାଶୁଣା। ଏହି ମନ୍ଦିରର ସ୍ଥାପନା ୧୯୩୩ ମସିହାରେ ଦରଭଙ୍ଗାର ମହାରାଜା କାମେଶ୍ୱର ସିଂହ ନିର୍ମାଣ କରିଥିଲେ।

maa kaliଗର୍ଭଗୃହରେ ମାଁ କାଳୀଙ୍କ ବିଶାଳ ପ୍ରତିମାର ଡାହାଣ ଏବଂ ବାମ ପାର୍ଶ୍ୱରେ ଭଗବାନ ଗଣପତି ଏବଂ ବଟୁକଭୈରବ ଦେବଙ୍କ ପ୍ରତିମା ସ୍ଥାପିତ ହୋଇଛି। ଏହି ମନ୍ଦିର କରାଯାଉଥିବା ମାଁ ଆଳତୀର ବିଶେଷ ମହତ୍ତ୍ୱ ରହିଛି। ଏଠାକୁ ଆସୁଥିବା ଭକ୍ତମାନେ ଏହି ଆଳତୀରେ ସାମିଲ ହେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। ସେହିଭଳି ନବରାତ୍ରୀ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ମେଳା ମଧ୍ୟ ଲାଗିଥାଏ।
ଏହି ମନ୍ଦିରରେ ମାଁ କାଳୀଙ୍କ ପୂଜା ବୈଦିକ ଏବଂ ତାନ୍ତ୍ରିକ ଦୁଇଟି ବିଦ୍ୟାରେ କରାଯାଇଥାଏ। ସାଧାରଣତଃ ହିନ୍ଦୁ ଧର୍ମରେ ବିବାହର ଏକ ବର୍ଷ ପର୍ଯ୍ୟନ୍ତ ଯୋଡା ଶ୍ମଶାନ ଭୂମିକୁ ଯାଇନଥାଏ କିନ୍ତୁ ଶ୍ମସାନ ଭୂମିରେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ କେବଳ ନବବିବାହିତାମାନେ ଆଶୀର୍ବାଦ ନେବାକୁ ଆସିନଥାନ୍ତି ବରଂ ଏଠାରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥାଏ।

ଲୋକକଥା ଅନୁଯାୟୀ ଶ୍ୟାମାମାଇ ହେଉଛନ୍ତି ମାତା ସୀତାଙ୍କ ରୂପ। ଏହାର ବାଖ୍ୟା ରାଜା ରାମେଶ୍ୱର ସିଂହଙ୍କ ସେବକ ଥିବା ଲାଲଦାସ ରାମେଶ୍ୱର ଚରିତ ମିଥିଲା ରାମାୟଣରେ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି ରାବଣ ବଧ ହେବା ପରେ ମାତା-ସୀତା ଭଗବାନ ରାମଙ୍କୁ କହିଥିଲେ, ଯିଏ ସମସ୍ରାନନ୍ଦଙ୍କର ବଧ କରିବେ ସେ ହିଁ ଅସଲ ବୀର ହେବେ।

maa kali1ଏହା ଶୁଣିବା ପରେ ଭଗବାନ ରାମ ସହସ୍ରାନନ୍ଦଙ୍କ କରିବା ପାଇଁ ବାହାରି ପଡିଥିଲେ। ଯୁଦ୍ଧ ସମୟରେ ସହସ୍ରାନନ୍ଦଙ୍କ ଏକ ତୀର ଭଗବାନ ରାମଙ୍କୁ ଲାଗିଥିଲା। ଏହା ଦେଖିବା ପରେ ମାତା ସୀତା ଅତ୍ୟନ୍ତ କ୍ରୋଧିତ ହୋଇ ସହସ୍ରାନନ୍ଦଙ୍କ ବଧ କରିଥିଲେ। ମାତା ସୀତା କ୍ରୋଧିତ ରୂପ ଧାରଣ କରିବା ସମୟରେ ତାଙ୍କ ରଙ୍ଗ କଳା ପଡିଯାଇଥିଲା। ବଧ କରିବାପ ପରେ ବି ତାଙ୍କ ରାମ ଶାନ୍ତ ନହେବାରୁ ତାଙ୍କୁ ଶାନ୍ତ କରିବା ପାଇଁ ଭଗବାନ ଶଙ୍କରଙ୍କୁ ଆସିବାକୁ ପଡିଥିଲା। ଏହାପରେ ଭଗବାନ ଶିବଙ୍କ ଛାତିରେ ମାତା ସୀତାଙ୍କର ଗୋଡ ପଡିବାରୁ ସେ ବହୁତ ଲଜ୍ଜିତ ହୋଇଥିଲେ ଏବଂ ତାଙ୍କ ମୁଖରୁ ଜିଭ ମଧ୍ୟ ବାହାରକୁ ବାହାରି ଆସିଥିଲା। ଏହିକାରଣରୁ ମାଁ ଙ୍କର ଏହି ରୂପ ହିଁ ପୂଜା ପାଉଛି ଏବଂ ଏଠାରେ ମାଁ ଙ୍କୁ କାଳୀ ନୁହେଁ ଶ୍ୟାମା ନାମରେ ଡାକିଥାନ୍ତି ଭକ୍ତ।