Below header

ଡି ପୁରନ୍ଦେଶ୍ୱରୀ ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ବର: ବଦଳିଲେ ଓଡ଼ିଶା ବିଜେପି ପ୍ରଭାରୀ । ଡି ପୁରନ୍ଦେଶ୍ୱରୀ ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ । ଅରୁଣ ସିଂଙ୍କ ସ୍ଥାନରେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ମିଳିଛି । ଅରୁଣ ସିଂଙ୍କୁ ରାଜସ୍ଥାନ ଦାୟିତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ଡି ପୁରନ୍ଦେଶ୍ୱରୀ ।

ଆନ୍ଧ୍ରପଅଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମା ରାଓଙ୍କ ଝିଅ ହେଉଛନ୍ତି ପୁରନ୍ଦେଶ୍ୱରୀ । ସେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି । ରହିଛପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ପ୍ରଭାରୀ ଥିଲେ ପୁରନ୍ଦେଶ୍ୱରୀ । ଓଡ଼ିଶା ସହ ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ଉତ୍ତରପ୍ରଦେଶର ରାଜ୍ୟସଭା ସଦସ୍ୟ ଅଛନ୍ତି ବିଜୟପାଲ ସିଂ ତୋମାର । ବିଜେପିର ପୂର୍ବତନ କିସାନ ମୋର୍ଚ୍ଚା ସଭାପତି ଥିଲେ ତୋମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.