ଇତିହାସର ସବୁଠୁ ଛୋଟ ଯୁଦ୍ଧ, ମାତ୍ର ୩୮ ମିନିଟ ଭିତରେ ହୋଇଥିଲା ସମାପ୍ତ

ବିଶ୍ୱ ଇତିହାସରେ ଏମିତି ଅନେକ ଯୁଦ୍ଧ ହୋଇଛି ଯାହାକି ବର୍ଷ ବର୍ଷ ଧରି ଚାଲିଥିଲା । ଏମିତିକି ପ୍ରଥମ ବିଶ୍ୱ ଯୁଦ୍ଧ ଓ ଦ୍ଵିତୀୟ ବିଶ୍ୱ ଯୁଦ୍ଧ କ୍ରମାଗତ ଭାବେ ୪ ବର୍ଷ ଓ ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ବିଶ୍ୱ ଇତିହାସରେ ଏମିତି ବି ଏକ ଯୁଦ୍ଧ ହୋଇଛି ଯାହା ମାତ୍ର ୩୮ ମିନିଟ ପାଇଁ ହିଁ ଚାଲିଥିଲା । ଏହି ଯୁଦ୍ଧରେ ମାତ୍ର ୩୮ ମିନିଟ ଭିତରେ ହିଁ ଶତ୍ରୁ ପକ୍ଷ ହାର ସ୍ୱୀକାର କରି ଦେଇଥିଲେ । ଏହାକୁ ଇତିହାସର ସବୁଠୁ ଛୋଟ ଯୁଦ୍ଧ ଭାବେ ଜଣାଯାଏ । ଏହି ଯୁଦ୍ଧଟି ଇଂଲଣ୍ଡ ଓ ଜାଂଯିବର ଭିତରେ ହିଁ ହୋଇଥିଲା । ଏମିତିରେ ଜାଂଯିବର ଏକ ଦ୍ବୀପ ସମୂହ ହୋଇଥିବା ବେଳେ ତାଞ୍ଜାନିଆର ଅଧା ଭାଗ । ପ୍ରକୃତରେ ୧୮୯୦ ମସିହାରେ ବ୍ରିଟେନ ଓ ଜର୍ମାନୀ ମଧ୍ୟରେ ଏକ ସନ୍ଧି ସ୍ୱାକ୍ଷରିତ ହୋଇଥିଲା ।

shortest war

ଏହି ସନ୍ଧି କାରଣରୁ ହିଁ ଜାଂଯିବରକୁ ସମ୍ପୂର୍ଣ୍ଣ ରୂପେ ବ୍ରିଟେନ ନିଜ ଅକ୍ତିଆରକୁ ନେବା ପରେ ତାଞ୍ଜାନିଆର ଅଧିକାଂଶ ଭାଗ ଜର୍ମାନ ଅକ୍ତିଆରକୁ ଚାଲିଯାଇଥିଲା । ସନ୍ଧି ପରେ ବ୍ରିଟେନ ଜାଂଯିବରର ସମ୍ପୂର୍ଣ୍ଣ ଦାୟିତ୍ୱ ଜିମ୍ମା ହମଦ ବିନ ଠୂବେନିଙ୍କ ହାତରେ ନ୍ୟସ୍ତ ହୋଇଥିଲା । ଏହାର ଠିକ ପରେ ପରେ ଠୂବେନୀ ନିଜକୁ ସେଠାକାର ସୁଲତାନ ଭାବେ ଘୋଷଣା କରିଥିଲେ । ଏହି ସୁଲତାନ ୧୮୯୩ ମସିହାରୁ ୧୮୯୬ ପର୍ଯ୍ୟନ୍ତ ୩ ବର୍ଷ ଧରି ଦାୟିତ୍ୱର ସହ ଜାଂଯିବରରେ ନିଜ ଶାସନ ଚଳାଇଥିଲେ । କିନ୍ତୁ ୧୮୯୬ ମସିହା ଅଗଷ୍ଟ ୨୫ ତାରିଖରେ ଏହି ଶାସକଙ୍କର ମୃତ୍ୟୁ ହୋଇଥିବା ବେଳେ ଠୂବେନିଙ୍କ ପୁତୁରା ନିଜକୁ ସେଠାକାର ସୁଲତାନ ଘୋଷଣା କରିବା ସହିତ ଜାଂଯିବରକୁ ନିଜ ଅକ୍ତିଆରକୁ ନେଇଥିଲେ ।

 

Image result for shortest-war-in-history-the-anglo-zanzibar-war-in-1896-lasted-in-only-38-minutes

ପରେ ଖାଲିଦା ଠୁବେନିଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଥିଲେ । କିନ୍ତୁ ପରେ ବ୍ରିଟେନ ତରଫରୁ ଖାଲୀଦାଙ୍କୁ ସୁଲତାନ ପଦରୁ ହଟିବା ପାଇଁ ବ୍ରିଟେନ ଆଦେଶ ଦେବା ସତ୍ତ୍ୱେ ଖାଲୀଦା ବ୍ରିଟେନ ଆଦେଶକୁ ମାନିନଥିଲେ । ଏମିତିକି ନିଜ ମହଲାକୁ ସୁରକ୍ଷିତ ରଖିବା ପାଇଁ ସୈନ୍ୟ ଛାଉଣୀ କରିଦେଇଥିଲେ । ବ୍ରିଟେନକୁ ଏବାବଦରେ ଜଣା ପଡିବା ପରେ ବ୍ରିଟେନ ଖାଲିଦାଙ୍କୁ ସୁଲତାନ ପଦ ଛାଡିବାକୁ କହିଥିଲେ । ତଥାପି ବ୍ରିଟେନର ଏହି ଆଦେଶକୁ ଖାଲିଦା ମାନି ନଥିଲେ । ଜାଂଯିବାରକୁ ପୁଣି ଠାରେ ନିଜ ଅକ୍ତିଆରକୁ ନେବା ପାଇଁ ବ୍ରିଟେନ ପୁଣି ଥରେ ଯୁଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପୂର୍ଣ୍ଣ ପ୍ରସ୍ତୁତିର ସହ ଜାଂଯିବାର ଉପରେ ଆକ୍ରମଣ କରିବାକୁ ବାହାରି ପଡ଼ିଥିଲେ ।

୧୮୯୬ ମସିହା ଅଗଷ୍ଟ ୨୭ ତାରିଖ ସକାଳେ ବତୀଟିସ ନୌସେନା ନିଜ ଜାହାଜରୁ ଜାଂଯିବର ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇ ଶତ୍ରୁ ପକ୍ଷର ସମସ୍ତ ଅସ୍ତ୍ରକୁ ନଷ୍ଟ କରିଦେଇଥିଲେ । ବ୍ରିଟେନର ଏପରି ଆକ୍ରମଣରେ ଶତ୍ରୁପକ୍ଷ ନିରାଶ ହେବା ସହ ମାତ୍ର ୩୮ ମିନିଟ ଭିତରେ ହିଁ ହାର ମାନିଯାଇଥିଲେ ଓ ଯୁଦ୍ଧ ସମାପ୍ତ ହୋଇଥିଲା । ଏଣୁ ଏହାକୁ ଇତିହାସର ସବୁଠୁ ଛୋଟ ଯୁଦ୍ଦ ଭାବେ ଜଣାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.