ପୌଷ ପୂର୍ଣ୍ଣିମା: ପୂର୍ଣ୍ଣିମା ଦିନ ରାହୁ କାଳ ସମୟରେ କରନ୍ତୁ ନାହିଁ କୌଣସି ପୂଜା କିମ୍ବା ଦାନ, ମିଳେ ଅଶୁଭ ଫଳ

ପ୍ରତି ମାସରେ ୧୫-୧୫ ଦିନର ୨ଟି ପକ୍ଷ ହୋଇଥାଏ। ଯାହାକୁ ଶୁକ୍ଲ ପକ୍ଷ ଏବଂ କୃଷ୍ଣ ପକ୍ଷ ବୋଲି ଲୋକେ ଜାଣନ୍ତି। ଶୁକ୍ଲ ପକ୍ଷର ଶେଷ ଦିନକୁ ପୂର୍ଣ୍ଣିମା କୁହାଯାଏ। କୁହାଯାଏ, ଏହି ଦିନ ଚନ୍ଦ୍ରମା ନିଜ ସମସ୍ତ କଳାରେ ସୁଶୋଭିତ ହୋଇ ଉଜ୍ୱଳ ହୋଇଥାଏ। ଶୁକ୍ଲ ପକ୍ଷକୁ ଶାସ୍ତ୍ରରେ ଦେବତାଙ୍କ ସମୟ କୁହାଯାଏ। ସେହିପରି ପୂର୍ଣ୍ଣିମା ଦିନକୁ ମଧ୍ୟ ବିଶେଷ ଭାବେ ଗଣ।ଯାଏ। ଏହି ଦିନ ଚନ୍ଦ୍ରମା ସହିତ ଶ୍ରୀ ବିଷ୍ଣୁଙ୍କ ପୂଜା କରାଯାଏ। ଏହାଛଡା ସ୍ନାନ, ଦାନ ପୂଣ୍ୟର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ ପୂର୍ଣ୍ଣିମା ଦିନ ଦାନ କରିବା ଦ୍ୱାରା ବ୍ୟକ୍ତିର ପାପ ନଷ୍ଟ ହୋଇଯାଏ ଏବଂ ଅମୋଘ ଫଳ ପ୍ରାପ୍ତି ହୁଏ। ଶାସ୍ତ୍ରରେ ପୂର୍ଣ୍ଣିମା ବ୍ରତର ମଧ୍ୟ ବହୁତ ଶୁଭ ବୋଲି କୁହାଯାଇଛି। ପୌଷ ମାସ ପୂର୍ଣ୍ଣିମା ତିଥି ୧୭ ଜାନୁଆରୀ ସୋମବାର ଦିନ ପଡୁଛି। ତେବେ ଜାଣନ୍ତୁ ପୂର୍ଣ୍ଣିମା ବ୍ରତର ଶୁଭ ମୁହୂର୍ତ୍ତ, ପୂଜା ବିଧି :

ଶୁଭ ମୁହୂର୍ତ୍ତ: ପୌଷ ପୂର୍ଣ୍ଣିମା ତିଥି ୧୭ ଜାନୁଆରୀ ଭୋର ୩ଟା ବାଜି ୧୮ ମିନିଟରୁ ଆରମ୍ଭ ହୋଇ ୧୮ ଜାନୁଆରୀ ସକାଳ ୫ଟା ୧୭ ମିନିଟ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣିମା ବ୍ରତ ୧୭ ଜାନୁଆରୀକୁ ରଖାଯିବ। ସକାଳ ୮.୩୪ ମିନିଟରୁ ୯.୫୫ ମିନିଟ୍‌ ପର୍ଯ୍ୟନ୍ତ ରାହୁକାଳ ରହିବ। ରାହୁକାଳକୁ ଶୁଭ ବୋଲି ଗ୍ରହଣ କରାଯାଏ ନାହିଁ। ଏହି ସମୟରେ ଦାନ,ପୂଣ୍ୟ, ପୂଜା ଆଦି କାମ କରନ୍ତୁ ନାହିଁ।

ପୂଜା ବିଧି:

ପୂର୍ଣ୍ଣିମା ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଘର ସଫା ସୁତରା କରନ୍ତୁ। ଏହା ପରେ ପାଣିରେ ଅଳ୍ପ ଗଙ୍ଗା ଜଳ ପକାଇ ସ୍ନାନ କରନ୍ତୁ। ଏହା ପରେ ଭଗବାନଙ୍କ ସମ୍ମୁଖରେ ବ୍ରତ ସଙ୍କଳ୍ପ ନିଅନ୍ତୁ। ଏହା ପରେ ବିଧିପୂର୍ବକ ଭଗବାନ ସତ୍ୟନାରାୟଣ ପୂଜା କରନ୍ତୁ ଏବଂ ପୁଷ୍ପ, ଫଳ, ମିଠା, ପଞ୍ଚାମୃତ ଏବଂ ନୈବଦ୍ୟ ଅର୍ପଣ କରନ୍ତୁ। ଏହା ପରେ ଭଗବାନ ସତ୍ୟନାରାୟଣଙ୍କ କଥା ଶୁଣନ୍ତୁ। କୁହାଯାଏ ପୂର୍ଣ୍ଣିମା ଦିନ ବ୍ରତ ରଖି ଭଗବାନ ବିଷ୍ଣୁଙ୍କ ଆରାଧନା ଏବଂ ସତ୍ୟନାରାୟଣ ଭଗବାନଙ୍କ କଥା ପଢିବା କିମ୍ବାଶୁଣିବା ଦ୍ୱାରା ବ୍ୟକ୍ତିଙ୍କୁ ଶହେ ଯଜ୍ଞ ସମତୁଲ୍ୟ ପୂଣ୍ୟ ପ୍ରାପ୍ତି ହୋଇଥାଏ। ପୂଜା କରିବା ପରେ ସୂର୍ଯ୍ୟଙ୍କ ସମ୍ମୁଖରେ ଠିଆ ହୋଇ ପାଣିରେ ରାଶି ପକାଇ ତର୍ପଣ କରନ୍ତୁ। ଦିନ ଯାକ ବ୍ରତ ରଖି ଭଗବାନଙ୍କୁ ସ୍ମରଣ କରନ୍ତୁ। ରାତିରେ ଚନ୍ଦ୍ର ଦର୍ଶନ କରିବା ପରେ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ପରେ ବ୍ରତ ସମାପନ କରନ୍ତୁ।

ପୂର୍ଣ୍ଣିମା ବ୍ରତର ଲାଭ:

ପୂର୍ଣ୍ଣିମା ବ୍ରତ ରଖିବା ଦ୍ୱାରା ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଅନେକ ପାପ ନଷ୍ଟ ହୋଇଥାଏ।

ଯଦି ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି କିମ୍ବା ମାନସିକ ରୂପେ ଅଶାନ୍ତିରେ ରହିଥାନ୍ତି, ତେବେ ନିଶ୍ଚିତ ଭାବେ ଏହି ବ୍ରତ ରଖନ୍ତୁ। ଏହି ବ୍ରତ ପ୍ରଭାବରେ ଆପଣଙ୍କ ଚନ୍ଦ୍ର ମଜବୁତ ହୋଇଥାଏ ଏବଂ ଆପଣଙ୍କ ସମସ୍ୟା ଦୂର ହୋଇଥାଏ।

ପାରିବାରିକ କଳହ, ଝଗଡା ଇତ୍ୟାଦି ଦୂର କରିବା ପାଇଁ ଏହି ବ୍ରତ ରଖିବା ଜରୁରୀ।

ଯେଉଁ ଲୋକଙ୍କ ମନ ଅକାରଣରେ କୌଣସି କଥାକୁ ନେଇ ଭୟ ରହିଥାଏ, ସେମାନେ ଏହି ବ୍ରତ ରଖି ସମସ୍ୟାରୁ ମୁକ୍ତି ପାଇପାରିବେ।

ପୂର୍ଣ୍ଣିମା ବ୍ରତ ବୈବାହିକ ଜୀବନକୁ ସୁଖମୟ କରିଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ପ୍ରେମ ବଢିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.