Below header

ବିଶ୍ୱରେ ଦେଖାଯାଉଥିବା ସବୁଠାରୁ ଅଦ୍ଭୁତ ଜୀବ, ଜାଣନ୍ତୁ ୪ ପ୍ରାଣୀଙ୍କ ବିଷୟରେ କିଛି ଅଜଣା କଥା

ବିଶ୍ୱରେ ଅଦ୍ଭୁତ ଧରଣର ଜୀବ ସବୁ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ସମୟରେ ଆମେ ଦେଖିପାରି ନ ଥାଉ। ଏମାନଙ୍କୁ ପୃଥିବୀର ସବୁଠାରୁ ନିଆରା ଜୀବ କୁହାଯାଇଥାଏ। ଯେତେବେଳେ ଆପଣ ଏମାନଙ୍କୁ ପ୍ରଥମ ଥର ଦେଖିବେ ସେତେବେଳେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ଏ ସବୁକୁ ନେଇ ଆଜି ଆମେ ଆପଣଙ୍କୁ କହିବୁ ସେହି ଜୀବଙ୍କ ବିଷୟରେ, ଯାହାଙ୍କୁ ଆପଣ କେବେ ବି ଦେଖି ନ ଥିବେ କି ଶୁଣି ନ ଥିବେ।

1ନେକେଡ ମୋଲ ର‍୍ୟାଟ

ନେକେଡ ମୋଲ ର‍୍ୟାଟ ନାମକ ଏହି ଅଦ୍ଭୁତ ଜୀବ ପୂର୍ବ ଆଫ୍ରିକାରେ ଦେଖାଯାଇଥାଏ। ଏହା ଏକ ଭିନ୍ନ ଧରଣର ମୂଷା। କିନ୍ତୁ ଏହାର ତ୍ୱଚା ଦେଖିବାକୁ ମୂଷା ଭଳି ହୋଇ ନ ଥାଏ। ଏହି ଜୀବକୁ ଦେଖିବା ମାତ୍ରେ ଆପଣଙ୍କୁ ଲାଗିବ ଯେପରି ଏହାର ଦେହରୁ ଚମଡା ବାହାରି ଯାଇଛି। ନେକେଡ ମୋଲ ର‍୍ୟାଟର ସବୁଠାରୁ ଖାସ୍‌ କଥା ହେଉଛି ଏହା ଶରୀରରେ ଗୋଟିଏ କେଶ ବି ନ ଥାଏ। କିନ୍ତୁ ଏହି ଜୀବ ଶରୀରର ଚମଡା ବୟସ୍କ ବ୍ୟକ୍ତିଙ୍କ ଭଳି ହୋଇଥାଏ।

2ସାଙ୍ଗା ଆଣ୍ଟିଲୋପ

ସାଙ୍ଗା ଆଣ୍ଟିଲୋପ ନାମକ ଏହି ପଶୁ ହରିଣ ଭଳି ଦେଖାଯାଇଥାଏ। କିନ୍ତୁ ଏହା ପ୍ରକୃତରେ ହରିଣ ନୁହେଁ। ଏହି ଭିନ୍ନ ପ୍ରାଣୀର ଲମ୍ବା ନାକ ହୋଇଥାଏ। ଏହି ନିଆରା ପଶୁ ରୁଷ ଏବଂ କାଜାକିସ୍ତାନରେ ଦେଖାଯାଇଥାଏ।

3ପିଙ୍କ୍‌ ଫେୟରି ଆର୍ମିଡିଲୋ

ପିଙ୍କ୍‌ ଫେୟରୀ ଆର୍ମିଡିଲୋ ନାମକ ଏହି ଜୀବ ମୂଷା ଭଳି ଦେଖାଯାଇଥାଏ। କିନ୍ତୁ ଏହି ଜୀବ ଶରୀରର ଉପର ଭାଗ ଦେଖିଲେ କୌଣସି ଆବରଣ ଲାଗିବା ଭଳି ଲାଗିଥାଏ। ଏହି ଜୀବ ମାଟି ଖୋଳିବାରେ ଖୁବ୍‌ ମାହିର୍‌।

4ଲାମ୍ପ୍ରେ ଫିସ୍‌

ଲାମ୍ପ୍ରେ ନାମକ ଏହି ମାଛ ଆର୍କଟିକ୍‌ ମହାସାଗରରେ ଦେଖାଯାଇଥାଏ। ଯାହାକୁ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କୁ ବି ଡର ଲାଗିଥାଏ। ଛୋଟ ଛୋଟ ଦାନ୍ତ ଏବଂ ଲମ୍ବା ଜିଭ ଥିବା ଏହି ମାଛ ଥରେ ଯାହାକୁ ଶିକାର କରିଥାଏ ତା’ର ବଞ୍ଚିବା ଅସମ୍ଭବ ହୋଇପଡିଥାଏ। ଏହି ମାଛ ଶିକାର କରିଥିବା ଜିନିଷକୁ ଖାଇ ନ ଥାଏ ବରଂ ସେଥିରେ ନିଜର ଦାନ୍ତ ବସାଇଥାଏ। ମାଛଟି ଶିକାର କରିଥିବା ଜିନିଷ ଉପରେ ଅନେକ ଦିନ ଧରି ଏପରି କରିଥାଏ। ଏହାପରେ ଶିକାର ହୋଇଥିବା ଜୀବର ମୃତ୍ୟୁ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.