Below header

ଏଭଳି ଏକ ଗାଁ ଯେଉଁଠାରେ କେବେ ବି ହୋଇନଥାଏ ବର୍ଷା, ଭିଡିଓ ଦେଖି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏଭଳି ଏକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେପରି ମେଘାଳୟର ମାସିନରାମ ଗ୍ରାମ, ଯେଉଁଠାରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ କିନ୍ତୁ କଣ ଆପଣ କେବେ ଏଭଳି ସ୍ଥାନ ବିଷୟରେ ଶୁଣିଛନ୍ତି କେଉଁଠାରେ ବିଲକୁଲ୍‌ ବର୍ଷା ନହେବା। ଏଭଳି ନୁହେଁ କି ଏହା କୌଣସି ମରୁଭୂମି ଅଞ୍ଚଳ ବରଂ ଏହା ଏକ ଗାଁ। ଯେଉଁଠାରେ ଲୋକମାନେ ବସବାସ କରୁଛନ୍ତି।

house1ଏହି ଗାଁର ନାଁ ହେଉଛି ଅଲ-ହୁତୈବ, ଯାହା ୟମନର ରାଜଧାନୀ ସନାର ପଶ୍ଚିମରେ ମନଖ ନିର୍ଦେଶାଳୟର ହରାଜ ଅଞ୍ଚଳରେ ଅବସ୍ଥିତ। ଏଠାରେ ଅଧିକାଂଶ ପର୍ଯ୍ୟଟକମାନେ ଆସି ଖୁବ୍‌ ମଜା ଉଠାଇଥାନ୍ତି। ଏଠାରେ ପାହାଡର ଶିଖରରେ ମଧ୍ୟ ଏଭଳି ସୁନ୍ଦର ଘର ତିଆରି କରାଯାଇଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ରହିଯିବେ। ଏହି ଗାଁ ପୃଥିବୀ ପୃଷ୍ଟରୁ ୩,୨୦୦ମିଟର ଉଚ୍ଚା ଉପରେ ଅବସ୍ଥିତ। ଗାଁ ଚାରିପାଖର ବାତାବରଣ ବାସ୍ତବରେ ମଧ୍ୟ ଅତ୍ୟଧିକ ଗରମ। ଥଣ୍ଡା ସମୟରେ ସକାଳ ସମୟର ବାତାବରଣ ଥଣ୍ଡା ହୋଇଥାଏ କିନ୍ତୁ ସୂର୍ଯର୍୍ୟ ଉଦୟ ହେବା ପରେ ଲୋକଙ୍କୁ ଗରମର ସାମ୍ନା କରିବାକୁ ପଡିଥାଏ।

houseଗ୍ରାମୀଣ ଏବଂ ସହରୀ ବିଶେଷତା ସହ ପ୍ରାଚୀନ ଏବଂ ଆଧୁନିକ ବାସ୍ତୁକଳାକୁ ସଂଯୋଗ କରୁଥିବା ଏହି ଗାଁ ବର୍ତ୍ତମାନ ‘ଅଲ-ବୋହରା କିମ୍ବା ଅଲ-ମୁକରମା’ ଳୋକମାନଙ୍କ ଦୁର୍ଗ। ଏହାକୁ ୟମନୀ ସମୁଦାୟ କୁହାଯାଇଥାଏ। ଏହା ମହମ୍ମଦ ବୁରହାନୁଦୀନଙ୍କ ନେତୃତ୍ୱ ଭଳି ଇସ୍ମାଇଲୀ (ମୁସଲିମ) ସମ୍ପ୍ରଦାୟରୁ ଆସିଥାନ୍ତି, ଯିଏ ପୂର୍ବରୁ ମୁମ୍ବାଇରେ ରହୁଥିଲେ। ୨୦୧୪ ବର୍ଷ ପର୍ଯ୍ୟନ୍ତ ନିଜ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ତିସନି ବର୍ଷରେ ଏହି ଗାଁକୁ ଯାତ୍ରା କରୁଥିଲେ।

https://www.facebook.com/Fiza.Hakim.0786/videos/1207611012764952/

ଏହି ଗାଁର ସବୁଠାରୁ ଖାସ୍‌ ବିଶେଷତ୍ୱ ହେଉଛି ଏଠାରେ କେବେ ବି ବର୍ଷା ହୋଇନଥାଏ। ଏହାର କାରଣ ହେଉଛି ଏହି ଗ୍ରାମ ବାଦଲ ଉପରେ ଅବସ୍ଥିତ। ବାଦଲ ଏହି ଗାଁର ତଳେ ରହିଥାଏ ଏବଂ ବର୍ଷା ମଧ୍ୟ ତଳେ ହୋଇଥାଏ। ଯାହାର ଦୃଶ୍ୟ ଆପଣମାନେ ମଧ୍ୟ କେବେ କେଉଁଠି ଦେଖିନଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.