କରୋନା ଭାଇରସ୍‌ ମୃତକଙ୍କ ଭାଗ୍ୟରେ ନାହିଁ ଅନ୍ତିମ ସଂସ୍କାର, ଇରାନରେ ସ୍ଥିତି ସାଂଘାତିକ

ଦେଶକୁ ଅସ୍ତବ୍ୟସ୍ତ କରି ପକାଇଥିବା ମାରାତ୍ମକ କରୋନା ଭାଇରସ୍‌କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କଡ଼ା ଚେତାବନୀ ଜାରି କରିଛି ଇରାନ୍‌। ଇରାନ୍‌ କହିଛି ଯେ ଯଦି ଇସ୍‌ଲାମିକ ଗଣରାଜ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି ଓ ଯାତ୍ରା କରନ୍ତି, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ। ଦେଶର ଜଣେ ଟିଭି ରିପୋର୍ଟର ଯିଏ ଜଣେ ଡାକ୍ତର ମଧ୍ୟ, ସେ ଏଭଳି ଚେତାବନୀ ଦେଇଛନ୍ତି।

italy3

ଏହା ବ୍ୟତୀତ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଖାମନେଇ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟ ପୂର୍ବରେ କରୋନା ଭାଇରସ୍‌ର ପ୍ରାୟ ୨୦ ହଜାର ମାମଲା ମଧ୍ୟରୁ ଇରାନ୍‌ରେ ୧୦ ଜଣଙ୍କ ମଧ୍ୟରୁ ୯ଟି ମାମଲା ସ୍ପଷ୍ଟ ହୋଇଛି। ମଙ୍ଗଳବାର ଦିନ ଇରାନ୍‌ରେ କରୋନା ଭାଇରସ୍‌ରେ ମୃତକଙ୍କ ହାର ୧୩ ପ୍ରତିଶତ ବଢ଼ିଛି। ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ୧୩୫ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୯୮୮ରେ ପହଞ୍ଚିଥିବା ବେଳେ ୧୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି।

Italy-Covid-19

ଏକ ରିପୋର୍ଟ ମୁତାବକ ପରିଜନମାନେ କରୋନା ମୃତକଙ୍କୁ ଠିକ୍‌ ଭାବେ ସଂସ୍କାର କରିପାରୁନାହାନ୍ତି। ଜଣେ ମୃତକଙ୍କର ପତ୍ନୀଙ୍କ କହିବାନୁସାରେ ମୋ ପୁଅଙ୍କୁ ବି କରୋନା ହୋଇଥିବାରୁ ଆମେ ସ୍ୱାମୀଙ୍କୁ ଠିକ୍‌ ଭାବେ ସଂସ୍କାର କରିପାରିଲୁ ନାହିଁ। ଅନ୍ୟପଟେ ଇଟାଲୀରେ ମଧ୍ୟ ପାରମ୍ପରିକ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାଯାଇଛି। କିଛି ଲୋକଙ୍କ ଅନ୍ତିମ ସଂସ୍କାର ପରିବାର ବିନା ବି କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.