ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଏପରି ଲଢ଼ୁଛନ୍ତି କରୋନା ସହ, ସେୟାର କଲେ ଭିଡିଓ

ଯେଉଁଠି ଗୋଟିଏ ପଟେ କରୋନାର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ୟପଟେ ପ୍ରତ୍ୟେକ ଲୋକ COVID-19 ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଏହି ପ୍ରସ୍ତୁତିରେ ଆଗେଇ ଆସିଛନ୍ତି ଫିଲ୍ମ ଷ୍ଟାର । ନିକଟରେ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ସେମାନେ କିପରି ପ୍ରସ୍ତୁତ ଅଛନ୍ତି । ଏହି ଦୁଇଜଣ ଅଭିନେତ୍ରୀ ନିଜ ଭିଡିଓ ଜରିଆରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହା ହେଉଛି WHO ତରଫରୁ ଦିଆଯାଇଥିବା Safe Hands Challengeର ଭିଡିଓ ।


ସୂଚନା ଅନୁଯାୟୀ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବା WHO କରୋନା ଭାଇରସକୁ ବିଶ୍ଵ ମହାମାରୀ ବୋଲି ଘୋଷଣା କରିସାରିଛି । ଲୋକମାନଙ୍କୁ କରୋନା ସହ ଲଢ଼ିବା ପାଇଁ ପରାମର୍ଶ ଦିଆଯାଉଛି । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଥିବା ବେଳେ ଲୋକମାନଙ୍କୁ ନିଜର ସୁରକ୍ଷା ନିଜେ କରିବାକୁ ପଡିବ । କରୋନାରୁ ବଂଚିବା ପାଇଁ ସାନିଟାଇଜର ସହିତ ସାବୁନକୁ ମଧ୍ୟ ଠିକଭାବେ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଲୋକମାନଙ୍କୁ ସଚେତନ ହେବାପାଇଁ WHO ଏକ ଚ୍ୟାଲେଞ୍ଜ ମଧ୍ୟ ଦେଇଛି ଯାହାର ନାମ ହେଉଛି Safe Hands Challenge ।

ଏହି ଚ୍ୟାଲେଞ୍ଜ ପାଇଁ ଅନେକ ସେଲିବ୍ରିଟି ନୋମିନେଟ ହୋଇଛନ୍ତି । ତେବେ ଦୀପିକା ଏହି ଚ୍ୟାଲେଞ୍ଜ ପୁରା କରି ଦେଖାଇଛନ୍ତି । ଏହାସହିତ ଅନୁଷ୍କା ଶର୍ମା ମଧ୍ୟ ଲୋକମାନଙ୍କୁ ସଚେତନ କରାଇବାକୁ ଆଗେଇ ଆସିଛନ୍ତି । ଦୀପିକା ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରିଥିବା ବେଳେ ଅନୁଷ୍କା ଶର୍ମା ଏହି ଭିଡିଓକୁ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।


ଏହି ଭିଡିଓରେ ଦୀପିକା ମାସ୍କ ପିନ୍ଧି ସାବୁନରେ କିପରି ଠିକଭାବେ ହାତ ଧୋଇବେ ତାହା କହୁଥିବା ବେଳେ ଅନୁଷ୍କା ମଧ୍ୟ ହାତଧୋଇ ସମସ୍ତଙ୍କୁ ନିରାପଦ ରହିବାକୁ ପରାମର୍ଶ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.