ଜାଣନ୍ତୁ କେବିସିର ହୋଷ୍ଟ ବିଗ୍‌ ବି ପ୍ରତ୍ୟେକ ଏପିସୋଡକୁ କେତେ ଟଙ୍କା ନିଅନ୍ତି ? ଆକାଶଛୁଆଁ ରହିଛି ତାଙ୍କ ଫିସ୍‌

ସେ ପ୍ରଥମ ସିଜିନରେ ଏପିସୋଡ ପିଛା ୨୫ ଲକ୍ଷ ଟଙ୍କା ସହିତ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ପ୍ରତ୍ୟେକ ଏପିସୋଡ ପ୍ରତି ତାଙ୍କର ଫିସ୍‌ ଆକାଶଛୁଆଁ ରହିଛି । କେବିସିର ପ୍ରତ୍ୟେକ ସିଜନ ପାଇଁ ଅମିତାଭ ବଚ୍ଚନ ଏତେ ଅଧିକ ଦାମ୍‌ ନିଅନ୍ତି ଯାହା ଆପଣମାନେ କଳ୍ପନା ମଧ୍ୟ କରି ପାରିବେ ନାହିଁ ।

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ‘ସୋ’ କୌନ ବନେଗା କରୋଡ଼ପତି ହେଉଛି ଭାରତର ଲୋକପ୍ରିୟ ରିଆଲିଟି ‘ସୋ’ ମଧ୍ୟରୁ ଅନ୍ୟତମ । କୌନ ବନେଗା କରୋଡ଼ପତି ୩ ଜୁଲାଇ ୨୦୦୦ ମସିହାରେ ପ୍ରିମିୟର୍ ହୋଇଥିଲା ଏବଂ ଏହାର ପ୍ରଥମ ସିଜନରେ ହିଁ ଏହି ‘ସୋ’ ଲୋକପ୍ରିୟତା ହାସଲ କରିଥିଲା । ସେତେବେଳେ ପୁରସ୍କାର ରାଶି ୧ କୋଟି ଟଙ୍କା ଥିଲା, ଯାହା ଦ୍ୱିତୀୟ ସିଜନରେ ଦ୍ୱିଗୁଣିତ ହୋଇ ୫ କୋଟିରେ ପହଞ୍ଚିଥିଲା ।

୨୦୧୦ରେ ସୁଟ୍ ହୋଇଥିବା ଚତୁର୍ଥ ସିଜନରେ, ଜିତିବାର ରାଶି ପୁଣି ୧ କୋଟି ଟଙ୍କାକୁ ହ୍ରାସ ପାଇଥିଲା । କିନ୍ତୁ ସେହି ସିଜନରେ ଏକ ନୂଆ ସୁବିଧା ସାମିଲ କରାଯାଇଥିଲା । ଏହି ସିଜନରେ ଏକ ଜ୍ୟାକପଟ୍ ପ୍ରଶ୍ନର ଉତ୍ତର ଦେଲେ ପ୍ରତିଯୋଗୀମାନେ ୫ କୋଟି ଟଙ୍କା ଜିତିପାରିବା ଭଳି ଅପ୍ସନ ରହିଥିଲା । ୨୦୧୩ରେ ସପ୍ତମ ସିଜନ ବେଳକୁ ମୋଟ ପୁରସ୍କାର ରାଶି ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
କୌନ ବନେଗା କରୋଡ଼ପତି ବର୍ତ୍ତମାନ ଏହାର ୧୫ ତମ ସିଜନରେ ରହିଛି ଏବଂ ଅମିତାଭ ବଚ୍ଚନ ଏହି ‘ସୋ’କୁ ଏବେ ବି ହୋଷ୍ଟ କରୁଛନ୍ତି । ସେ ପ୍ରଥମ ସିଜିନରେ ଏପିସୋଡ ପିଛା ୨୫ ଲକ୍ଷ ଟଙ୍କା ସହିତ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ପ୍ରତ୍ୟେକ ଏପିସୋଡ ପ୍ରତି ତାଙ୍କର ଫିସ୍‌ ଆକାଶଛୁଆଁ ରହିଛି ।

କେବିସିର ପ୍ରତ୍ୟେକ ସିଜନ ପାଇଁ ଅମିତାଭ ବଚ୍ଚନ ଏତେ ଅଧିକ ଦାମ୍‌ ନିଅନ୍ତି ଯାହା ଆପଣମାନେ କଳ୍ପନା ମଧ୍ୟ କରି ପାରିବେ ନାହିଁ । ରିପୋର୍ଟ ଅନୁଯାୟୀ ୨୦୦୦-୨୦୦୧ ରୁ ପ୍ରସାରିତ ହୋଇଥିବା କେବିସି ସିଜନର ପ୍ରତ୍ୟେକ ଏପିସୋଡ ପାଇଁ ଅମିତାଭ ବଚ୍ଚନ ୨୫ ଲକ୍ଷ ଟଙ୍କା ନେଇଥିଲେ।

ସିଜନ ଦୁଇ ଏବଂ ଚାରି ପାଇଁ ଅମିତାଭ ବଚ୍ଚନଙ୍କ ଫିସ୍‌ ପ୍ରକାଶ କରାଯାଇ ନାହିଁ ଏବଂ ସିଜନ୍ ୩ ବିଗ୍ ବି ଦ୍ୱାରା ହୋଷ୍ଟ କରାଯାଇ ନଥିଲା । କିନ୍ତୁ ଖବର ଅନୁଯାୟୀ, ସେ ସିଜିନ ପାଞ୍ଚର ଏପିସୋଡ ପାଇଁ ୧ କୋଟି ଟଙ୍କା ନେଇଥିଲେ । ୨୦୧୨ ଏବଂ ୨୦୧୩ ରେ ପ୍ରସାରିତ ହୋଇଥିବା କେବିସିର ଷଷ୍ଠ ଏବଂ ସପ୍ତମ ସିଜନ ପାଇଁ ଅମିତାଭ ବଚ୍ଚନ ୧.୫ କୋଟିରୁ ୨ କୋଟି ଟଙ୍କା ନେଇଥିଲେ ।

କେବିସି ସିଜନ୍ ଆଠ ପାଇଁ ଅମିତାଭ ବଚ୍ଚନ ପ୍ରତ୍ୟେକ ଏପିସୋଡ୍ ପାଇଁ ୨ କୋଟି ଟଙ୍କା ନେଇଥିଲେ । ସିଜନ୍ ୯ ପାଇଁ ବିଗ୍ ବି ପ୍ରତ୍ୟେକ ଏପିସୋଡ୍ ପାଇଁ ୨.୬ କୋଟି ଟଙ୍କା ଚାର୍ଜ କରିଥିଲେ । ୨୦୧୮ ରେ ପ୍ରସାରିତ ସିଜନ ୧୦ ପାଇଁ ଅମିତାଭ ବଚ୍ଚନ ପ୍ରତି ଏପିସୋଡରେ ୩ କୋଟି ଟଙ୍କା ଚାର୍ଜ କରିଥିଲେ ।

୧୧, ୧୨ ଏବଂ ୧୩ ସିଜନ୍ ପାଇଁ ଅମିତାଭ ବଚ୍ଚନ ପ୍ରତ୍ୟେକ ଏପିସୋଡ୍ ପାଇଁ ୩.୫ କୋଟି ଟଙ୍କା ଚାର୍ଜ କରିଥିଲେ । ୨୦୧୪ରେ ପ୍ରସାରିତ ସୋ’ର ୧୪ ତମ ସିଜନ ପାଇଁ ଅମିତାଭ ବଚ୍ଚନ ପ୍ରତି ଏପିସୋଡରେ ୪ ରୁ ୫ କୋଟି ଟଙ୍କା ଚାର୍ଜ କରିଥିଲେ । କିନ୍ତୁ ବର୍ତ୍ତମାନ ହୋଷ୍ଟ କରୁଥିବା କେବିସିର ପ୍ରତ୍ୟେକ ଏପିସୋଡ ପାଇଁ ଅମିତାଭ କେତେ ଚାର୍ଜ ନେଉଛନ୍ତି ତାହା ପ୍ରକାଶ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.