ଭାରତ ମହାସାଗରରେ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ : ଇରାନ୍ ହମଲା କରିଥିବା ପେଣ୍ଟାଗନର ଦାବି

ଭାରତୀୟ ତଟରେ ଇସ୍ରାଏଲୀ ଜାହାଜ ଉପରେ ଡ୍ରୋନ୍ ହମଲାର ବଡ଼ ଖୁଲାସା। ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଇରାନ୍ ଆକ୍ରମଣ କରିଥିବା ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ ।

ନୂଆଦିଲ୍ଲୀ : ଭାରତୀୟ ତଟରେ ଇସ୍ରାଏଲୀ ଜାହାଜ ଉପରେ ଡ୍ରୋନ୍ ହମଲାର ବଡ଼ ଖୁଲାସା। ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଇରାନ୍ ଆକ୍ରମଣ କରିଥିବା ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ୟେମେନି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଇରାନରୁ ଏହି ଡ୍ରୋନକୁ ଲଞ୍ଚ କରାଯାଇଥିବା କହିଛି ପେଣ୍ଟାଗନ । ଡ୍ରୋନ୍ ଆଟାକ୍ ପରେ ଜାହାଜରେ ନିଆଁ ଲାଗି ଯାଇଥିଲା ।

ଜାହାଜରେ ଥିବା ୨୦ ଭାରତୀୟଙ୍କ ସହ ସମସ୍ତ କ୍ରିୟୁ ମେମ୍ବର ସୁରକ୍ଷିତ ଅଛନ୍ତି । କ୍ଷତିଗ୍ରସ୍ତ ଜାହାଜକୁ ସୁରକ୍ଷା ଯୋଗାଇଛି ଭାରତୀୟ ତଟରକ୍ଷୀ ବାହିନୀ । ଜାହାଜ ନିକଟରେ ପହଞ୍ଚିଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ମୋର୍ମୁଗାଓ । ଆସନ୍ତାକାଲି ମୁମ୍ବାଇ ଉପକୂଳରେ ପହଞ୍ଚିବ ଜାହାଜ। ଶନିବାର ଗୁଜରାଟର ପୋରବନ୍ଦରଠାରୁ ୨୧୭ ନଟିକାଲ ମାଇଲ ଦୂରରେ ଏମଭି କେମ ପ୍ଲୁଟୋ ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଅଶୋଧିତ ତୈଳ ନେଇ ଜାହାଜଟି ସାଉଦି ଆରବର ଏକ ବନ୍ଦରରୁ ମାଙ୍ଗାଲୋର ଆସୁଥିଲା । ଏତିକି ବେଳେ ଡ୍ରୋନ ଆକ୍ରମଣ ହୋଇଥିଲା। ଏପଟେ ରେଡ୍ ସିରେ ଆଉ ଏକ ଜାହାଜ ଉପରେ ଆକ୍ରମଣକୁ ପଣ୍ଡ କରିଛି ଆମେରିକା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.