ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ସହ ନିଜର ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିୟମିତ ପାଠ କରନ୍ତୁ “ସୁନ୍ଦରାକାଣ୍ଡ”

ହିନ୍ଦୁ ଧର୍ମରେ ସୁନ୍ଦରାକାଣ୍ଡ ପାଠର ବିଶେଷ ମହତ୍ୱ ରହିଛି। ସୁନ୍ଦରାକାଣ୍ଡ ପାଠରେ ଭଗବାନ ହନୁମାନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ମାନ୍ୟତା ଅନୁଯାୟୀ ଯେଉଁ ବ୍ୟକ୍ତି ନିୟମିତ ଘରେ ସୁନ୍ଦରାକାଣ୍ଡ ପାଠ କରିଥାନ୍ତି ତାଙ୍କୁ ପ୍ରଭୁ ସଙ୍କଟମୋଚନଙ୍କଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସୁନ୍ଦରାକାଣ୍ଡ ପାଠର ମହତ୍ୱ ଏବଂ ଏହାର ପୂଜା ବିଧି ସମ୍ପର୍କରେ।
ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଭଗବାନ ହନୁମାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି। ତୁଳସୀ ଦାସଙ୍କ ଦ୍ୱାରା ରଚିତ ସୁନ୍ଦରାକାଣ୍ଡ ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ମହତ୍ୱପୂର୍ଣ୍ଣ। ବଜରଙ୍ଗବଲୀ ବଳ, ବୁଦ୍ଧି ଏବଂ କୃପା ପ୍ରଦାନ କରିବା ଭଳି ଦେବତା। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହୋଇଥାଏ।
ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସୁନ୍ଦରାକାଣ୍ଡ ପାଠ କରିଥାନ୍ତି ସେହି ବ୍ୟକ୍ତିଙ୍କ ଭିତରେ ଏକାଗ୍ରତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଭିତରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ। ଘରେ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

-ସୁନ୍ଦରାକାଣ୍ଡ ପୂଜା ଆରମ୍ଭ କରିବା ପୂର୍ବରୁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
-ସୁନ୍ଦରାକାଣ୍ଡ ପାଠ କରିବା ପୂର୍ବରୁ ପୂଜା ସ୍ଥଳରେ ରଖାଯାଇଥିବା ହନୁମାନଙ୍କ ମୂର୍ତ୍ତିର ବିଶେଷ ରୂପେ ପୂଜା କରନ୍ତୁ। ଏଥିସହ ସୀତା-ରାମଙ୍କ ମୂର୍ତ୍ତି ମଧ୍ୟ ହନୁମାନଙ୍କ ମୂର୍ତ୍ତି ନିକଟରେ ରଖନ୍ତୁ।
-ହନୁମାନଙ୍କ ପୂଜା ପ୍ରିୟ ଫଳ, ଫୁଲ, ମିଠା ଏବଂ ସିନ୍ଦୂରରେ କରନ୍ତୁ।
-ସୁନ୍ଦରାକାଣ୍ଡ ପାଠ କରିବା ପୂର୍ବରୁ ପ୍ରଥମେ ଗଣେଶ ବନ୍ଦନା କରିବା ଆବଶ୍ୟକ।
-ଏହାବ୍ୟତୀତ ସୁତନ୍ଦରାକାଣ୍ଡ କରିବା ସମୟରେ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମଚରିତମାନସର ମଧ୍ୟ ପୂଜା କରିବା ଉଚିତ।
-ଯଦି ଆପଣ ବିଶେଷ ଫଳ ପ୍ରାପ୍ତି ପାଇଁ ସୁନ୍ଦରାକାଣ୍ଡ ପାଠ କରୁଛନ୍ତି ତେବେ ଏହା ମଙ୍ଗଳବାର କିମ୍ବା ଶନିବାର ଦିନ ଆରମ୍ଭ କରନ୍ତୁ।