ବିବାଦୀୟ ବୁଲିବାଇ୍ ଆପ୍ ମାମଲା, ଓଡ଼ିଶାରୁ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ବିବାଦୀୟ ବୁଲିବାଇ୍ ଆପ୍ ମାମଲା। ଓଡ଼ିଶାରୁ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ବୁଲିବାଇ କେସରେ ଓଡ଼ିଶାରୁ ଗିରଫ ହେଲେ ଅଭିଯୁକ୍ତ ନିରଜ ସିଂ । ପୂର୍ବରୁ ଗିରଫ ଏହି ଘଟଣାରେ ବିଶାଲ ଝା, ୧୮ ବର୍ଷୀୟ ସ୍ୱେତା ସିଂ, ମୟଙ୍କ ରଓ୍ଵାଲ ଓ ନିରଜ ବିଷ୍ଣୋଇ ଗିରଫ ହୋଇଥିଲେ । ବୁଲିବାଇ ଆପ୍ ଜରିଆରେ ଏମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମହିଳାମାନଙ୍କ ନିଲାମ ନେଇ ପ୍ରଚାର କରିଥିଲେ । ଶତାଧିକ ମହିଳାଙ୍କୁ ନିଲାମ ପାଇଁ ଫଟୋ ଅପଲୋଡ କରୁଥିଲେ ।
ବୁଲିବାଇ ଆପ୍ର ମୁଖ୍ୟ ଅଭିଯୁକ୍ତ ନିରଜ ବିଷ୍ଣୋଇ । ଆସାମ ଜୋରହଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେସାଲ ସେଲ । ଭୋପାଳ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସେ ବିଟେକ୍ ଛାତ୍ର । ନୀରଜ ବିଷ୍ଣୋୟୀ ବୁଲ୍ଳିବାଇ ଆପ୍ ତିଆରି କରିଥିଲେ । ଏହି ଆପ୍ରେ ଏକ ନିର୍ଦ୍ଦଷ୍ଟ ସମ୍ପ୍ରଦାୟର ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ । ମହିଳାମାନେ ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।