ଜାଣନ୍ତି କି ଲୋକସଭା ବାଚସ୍ପତିଙ୍କର ଦରମା କେତେ ?

ନିକଟରେ ଲୋକସଭା ବାଚସ୍ପତି ଭାବରେ ଶପଥ ନେଇଛନ୍ତି ରାଜସ୍ଥାନ କୋଟା ସାଂସଦ ଓମ୍ ବିର୍ଲା। ତିନି ଥର ଲୋକସଭା ଓ ତିନି ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନ ରାଜନୀତିର ସେ ଏକ ବଡ଼ ଚେହେରା । ବିନା ପ୍ରତିଦ୍ବନ୍ଦୀରେ ତାଙ୍କର ନିର୍ବାଚନ ହୋଇଥିଲା। ତେବେ ଆପଣଙ୍କ ପ୍ରଶ୍ନରେ ବେଳେବେଳେ ପ୍ରଶ୍ନ ଆସୁଥିବ ଲୋକସଭା ବାଚସ୍ପତିଙ୍କର ଦରମା କେତେ ଏବଂ ତାଙ୍କୁ କେଉଁ ପ୍ରକାରର ସୁବିଧା ମିଳିଥାଏ?

କେତେ ରହିଥାଏ ବାଚସ୍ପତିଙ୍କ ଦରମା ?

ଲୋକସଭାର ବାଚସ୍ପତି ହେଉଛନ୍ତି ସଂସଦର ଜଣେ ସଦସ୍ୟ। ଏଥିପାଇଁ ତାଙ୍କୁ ୧୯୫୪ ସଂସଦ ଅଧିନିୟମ ଦ୍ବାରା ବେତନ, ଭତ୍ତା ଏବଂ ପେନସନ ମିଳିଥାଏ। ଏହି ଅଧିନିୟମକୁ ୨୦୧୦ରେ ସଂଶୋଧନ କରାଯାଇଥିଲା।

-ବିଶେଷ ଅଧିନିୟମ ଅନୁଯାୟୀ ଲୋକସଭା ବାଚସ୍ପତିଙ୍କୁ ୫୦ ହଜାର ଟଙ୍କା ଦରମା ଆକାରରେ ମିଳିଥାଏ।

-ବାଚସ୍ପତିଙ୍କୁ ପ୍ରତ୍ୟେକ ମାସ ୪୫ ହଜାର ଟଙ୍କା ନିର୍ବାଚନ କ୍ଷେତ୍ର ଭତ୍ତା ମିଳିଥାଏ।

-ବାଚସ୍ପତିଙ୍କୁ ତାଙ୍କ ପୂରା କାର୍ଯ୍ୟକଳାପ ପାଇଁ ସଂସଦୀୟ ବୈଠକରେ ଭାଗ ନେବା ବାବଦରେ ପାଇଁ ୨୦୦୦ ଟଙ୍କା ଦୈନିକ ଭତ୍ତା ମଧ୍ୟ ଦିଆଯାଇଥାଏ।

ଏହା ସହ ପଢ଼ନ୍ତୁ : ଜାଣନ୍ତି କି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ଦରମା କେତେ ?

-କାର୍ଯ୍ୟକାଳ ପୂରା ହେବା ପରେ ବାଚସ୍ପତିଙ୍କୁ ସଂସଦର ସଦସ୍ୟ ହୋଇଥିବା କାରଣରୁ ୨୦୧୦ ସଂସଦ ବିଲ୍ ଅନୁଯାୟୀ ୨୦,୦୦୦ ଟଙ୍କା ମାସିକ ପେନସନ ମିଳିଥାଏ।

-ପେନସନ ବ୍ୟତୀତ ବାଚସ୍ପତିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅତିରିକ୍ତ ଭତ୍ତା ମଧ୍ୟ ଦିଆଯାଇଥାଏ।

ସଂସଦର ସଦସ୍ୟ ହୋଇଥିବା କାରଣରୁ ଅନେକ ସୁବିଧା ମଧ୍ୟ ମିଳିଥାଏ

-ବାଚସ୍ପତି ଏବଂ ତାଙ୍କ ପରିବାରଙ୍କୁ ସଦନର ମନ୍ତ୍ରୀମାନଙ୍କ ଭଳି ଯାତ୍ରା ଭତ୍ତା ଦିଆଯାଇଥାଏ।

-ଲୋକସଭା ବାଚସ୍ପତି ଦେଶ କିମ୍ବା ବିଦେଶ ଯାତ୍ରା କଲେ ତାଙ୍କୁ ଯାତ୍ରା ଭତ୍ତା ଦିଆଯାଇଥାଏ।

-ସୁବିଧାରେ ମାଗଣାରେ ଘର, ମାଗଣା ଯାତ୍ରା ଏବଂ ମାଗଣା ବୋର୍ଡିଂ ସାମିଲ ରହିଛି।

-ମାଗଣା ବିଦ୍ୟୁତ, ଗୋଟିଏ ସୀମା ପର୍ଯ୍ୟନ୍ତ ମାଗଣା ଫୋନ୍ କଲର ସୁବିଧା ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.