Below header

ପଞ୍ଚଭୂତରେ ଲୀନ ହେଲା ସହିଦ୍‌ ଅଜିତ ସାହୁଙ୍କ ମରଶରୀର

କାମାକ୍ଷାନଗର(କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ସହିଦ୍‌ ଅଜିତ ସାହୁଙ୍କ ମରଶରୀର। ଶୋକାକୂଳ ପରିବେଶ ମଧ୍ୟରେ ଜନ୍ମମାଟି କାମାକ୍ଷାନଗରର ବଡ଼ସୁଆଁଳ ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀରପୁତ୍ରକୁ ଅଶ୍ରୁଳ ବିଦାୟ ଦେଇଛନ୍ତି ପରିବାର, ଆତ୍ମୀୟ ଓ ଅଞ୍ଚଳବାସୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗାଁରେ ଅଜିତଙ୍କ ମୃତଦେହ ପହଞ୍ଚିବା ପରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ସୃଷ୍ଟି ହୋଇଥିଲା ଜନସମୁଦ୍ର । ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ ଅଜିତ । ମାତ୍ର ୪ ବର୍ଷର ଚାକିରି ଭିତରେ ଦେଶ ପାଇଁ ସହିଦ ହୋଇଛନ୍ତି । ସୋମବାର ଜାମ୍ମୁ କାଶ୍ମୀର ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ ଅଜିତ୍‌ । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.