ନବରାତ୍ରୀରେ ଯଦି ଭୁଲରେ ବ୍ରତ ଭାଙ୍ଗିଯାଏ, ତେବେ ଏପରି ସ୍ଥିତିରେ କରିବେ କ’ଣ ?

ନବରାତ୍ରୀ ପର୍ବ ଆରମ୍ଭ ହୋଇଯାଇଛି। ୧୫ ଅକ୍ଟୋବରକୁ ବିଜୟାଦଶମୀ ଦିନ ନବରାତ୍ରୀ ସମାପ୍ତ ହେବ। ନବରାତ୍ରୀ ସମୟରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ୯ ଦିନ ପର୍ଯ୍ଯନ୍ତ ବ୍ରତ ରଖନ୍ତି ଏବଂ ମା’ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଆଉ ଦେବୀ ମା’ଙ୍କ ଆଶୀର୍ବାଦ ପାଇଥାନ୍ତି। କୁହାଯାଏ, ନବରାତ୍ରୀରେ ମା’ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସି ଭକ୍ତର ସମସ୍ତ ଦୁଃଖ ଓ କଷ୍ଟ ଦୂର କରିଥାନ୍ତି। ଏହି ୯ ଦିନ ପର୍ଯ୍ଯନ୍ତ ମା’ଙ୍କର ଆରାଧନା କରାଯାଏ। ରାତିରେ ମା’ଙ୍କ ଜାଗରଣ କରାଯାଏ।

ନବରାତ୍ରୀର ପ୍ରଥମ ଦିନରେ କଳସ ସ୍ଥାପନା ସହିତ ମା’ଙ୍କ ପୂଜା କରାଯାଏ। ଏହି ୯ ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ବରୂପ ପୂଜା କରାଯାଏ। ପ୍ରତ୍ଯେକ ପୂଜାର ଅଲଗା ମହତ୍ତ୍ବ ରହିଥାଏ। ୯ ଦିନ ପର୍ଯ୍ଯନ୍ତ ବ୍ରତ ରଖିବା ଫଳରେ ମା’ ଭକ୍ତର ସବୁ ମନୋକାମନା ପୂର୍ଣ୍ଣ କରିଥାନ୍ତି। ଅନେକ ଥର ବ୍ରତ କରିବା ସମୟରେ ଭୁଲବଶଃତ ବ୍ରତ ଭାଙ୍ଗିଯାଇଥାଏ। ତେଣୁ ଭକ୍ତ ବହୁତ ଚିନ୍ତିତ ହୋଇପଡେ। ଭକ୍ତର ଆରାଧନା ଅଧାରେ ରହିଯାଏ ବୋଲି ଲାଗିଥାଏ। ଯଦି ଆପଣଙ୍କୁ ଏମିତି ଭାବୁଥାନ୍ତି, ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ପୁରାଣରେ ଏହାର ଉପାୟ କୁହାଯାଇଛି। ଯାହାକୁ ପାଳନ କରି ଆପଣ ଦେବୀ ଓ ଦେବତାଙ୍କ କରୁଣା ପାଇପାରିବେ। ତେବେ ବ୍ରତ ଭାଙ୍ଗିଗଲେ ଏପରି ସ୍ଥିତିରେ କ’ଣ କରିବେ ?

ଯଦି ବ୍ରତ କରିବା ସମୟରେ ଭୁଲବଶଃତ ବ୍ରତ ଭାଙ୍ଗିଯାଏ, ତେବେ ପ୍ରଥମେ ଦେବା ଦେବୀଙ୍କୁ କ୍ଷମା ମାଗିଦିଅନ୍ତୁ।

ଗ୍ରନ୍ଥ ଅନୁସାରେ ଯଦି ବ୍ରତ ଭାଙ୍ଗେ ଏପରି ସ୍ଥିତିରେ ହୋମ କରନ୍ତୁ। ଏହି ସମୟରେ ଯାହା ପାଇଁ ବ୍ରତ ରଖିଛନ୍ତି, ସେଥିପାଇଁ ଦେବାଦେବୀଙ୍କୁ କ୍ଷମା ମାଗିଦିଅନ୍ତୁ।

ଦେବା ଦେବୀଙ୍କ ମୂର୍ତ୍ତିକୁ କ୍ଷୀର, ଦହି, ମହୁ ଏବଂ ଚିନିରେ ସ୍ନାନ କରିବା ଉଚିତ। ଏହାପରେ ୧୬ ପ୍ରକାର ସାମଗ୍ରୀ ସହିତ ମୂର୍ତ୍ତି ପୂଜା କରିବା ଉଚିତ।

ବ୍ରତ ଭାଙ୍ଗିବା ସ୍ଥିତିରେ ଦାନ ପୂଣ୍ଯ ଅବଶ୍ଯ କରନ୍ତୁ। ଏମିତି ସ୍ଥିତିରେ କୌଣସି ପଣ୍ଡିତଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.