Below header

ଗଙ୍ଗାରେ ବିସର୍ଜିତ ହୋଇଥିବା ଅସ୍ଥି କୁଆଡେ ଯାଏ? ଜାଣନ୍ତୁ କଣ କହେ ଧର୍ମ ଏବଂ ବିଜ୍ଞାନ

ପତିତପାବନୀ ମାଁ ଗଙ୍ଗାଙ୍କୁ ଦେବ ନଦୀ କୁହାଯାଇଥାଏ। କାରଣ ଶାସ୍ତ୍ର ଅନୁଯାୟୀ ଗଙ୍ଗା ସ୍ୱର୍ଗରୁ ଧରିତ୍ରୀକୁ ଆସିଛନ୍ତି। ମାନ୍ୟତା ରହିଛି ଗଙ୍ଗା ଶ୍ରୀହରି ବିଷ୍ଣୁଙ୍କ ଚରଣରୁ ବାହାରି ଭଗବାନ ଶିବଙ୍କ ଜଟାରେ ବିରାଜମାନ କରିଛନ୍ତି। ଆମ ସଂସ୍କୃତିରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ଗଙ୍ଗା ନଦୀର ପବିତ୍ର ତଟରେ ହିଁ ସମ୍ପନ୍ନ ହୋଇଥାଏ। ଯେଉଁଠାରେ ପିଲାଙ୍କୁ ଲଣ୍ଡା କରିବା ପରେ ତାଙ୍କର କେଶକୁ ଗଙ୍ଗାରେ ବିସର୍ଜିତ କରାଯାଇଥାଏ। ସେହିଭଳି ଅନ୍ତିମ କ୍ରିୟା ପରେ ମଧ୍ୟ ଅସ୍ଥି ବିସର୍ଜନ ମଧ୍ୟ ଗଙ୍ଗାରେ କରାଯାଇଥାଏ। କିନ୍ତୁ କଣ ଆପଣମାନେ କେବେ ଚିନ୍ତା କରିଛନ୍ତି କି କିପରି ମାଁ ଗଙ୍ଗା ନିଜ ଭିତରେ ଏତେ ସବୁ କିଛି ସମାହିତ କରିଥାନ୍ତି। ଏହି ସବୁ ଜିନିଷ କୁଆଡେ ଯାଇଥାଏ। ଏହି ସମ୍ପର୍କରେ ପୁରାଣରେ ଉଲ୍ଲେଖ କରାଯାଇଛି। ତେବେ ଜାଣନ୍ତୁ ଏହି ସମ୍ପର୍କରେ ବିସ୍ତାରରେ।

Shriଥରେ ଦେବୀ ଗଙ୍ଗା ଶ୍ରୀହରିଙ୍କୁ ସାକ୍ଷାତ କରିବା ପାଇଁ ବୈକୁଣ୍ଠ ଧାମ ଯାଇ କହିଥିଲେ, ପ୍ରଭୁ ମୋ ଜଳରେର ସ୍ନାନ କରିବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଯାଇଥାଏ କିନ୍ତୁ ମୁଁ ଏତେ ପାପର ବୋଝ କିପରି ଉଠାଇବି। ମୋ ଭିତରେ ଯେଉଁ ପାପ ଛାଡିଯିବେ ମୁଁ ତାକୁ କିପରି ସମାପ୍ତ କରିବି। ଗଙ୍ଗା ମାତାଙ୍କର ଏହି କଥାରେ ଶ୍ରୀହରି କହିଥିଲେ, ଗଙ୍ଗା ଯେତେବେଳେ ସାଧୁ, ସନ୍ଥ ଏବଂ ବୈଷ୍ଣବମାନେ ଆସି ଆପଣଙ୍କ ଜଳରେ ସ୍ନାନ କରିବେ ସେହିସମୟରେ ଆପଣଙ୍କ ଭିତରେ ଥିବା ସମସ୍ତ ପାପ ଧୋଇ ହୋଇଯିବ।

ashtiଗଙ୍ଗା ନଦୀ ପବିତ୍ର ହୋଇଥିବାରୁ ପ୍ରତ୍ୟେକ ହିନ୍ଦୁଙ୍କର ଶେଷ ଇଛା ହୋଇଥାଏ ତାଙ୍କର ଅସ୍ଥି ଗଙ୍ଗାରେ ବିସର୍ଜନ କରାଯାଉ। କିନ୍ତୁ କଣ ଆପଣ ଭାବିଛନ୍ତି ଏହି ଅସ୍ଥି ସବୁ କୁଆଡେ ଯାଏ? ଏହାର ଉତ୍ତର ମଧ୍ୟ ବୈଜ୍ଞାନିକମାନେ ମଧ୍ୟ ଦେଇପାରିନାହାନ୍ତି। କାରଣ ଅସଂଖ୍ୟ ମାତ୍ରାରେ ଅସ୍ଥି ବିସର୍ଜନ କରିବା ପରେ ମଧ୍ୟ ଗଙ୍ଗା ଜଳ ପବିତ୍ର। ଗଙ୍ଗା ସାଗର ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ମିଳିପାରିନାହିଁ।
ସନାତନ ଧର୍ମ ମାନ୍ୟତା ଅନୁଯାୟୀ ମୃତ୍ୟୁ ପରେ ଆତ୍ମାର ଶାନ୍ତି ପାଇଁ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ଉତ୍ତମ ବୋଲି କୁହାଯାଇଥାଏ। ଏହି ଅସ୍ଥି ସିଧା ଶ୍ରୀହରିଙ୍କ ଚରଣରେ ବୈକୁଣ୍ଠ ଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଅନ୍ତ ସମୟ ଗଙ୍ଗାଙ୍କ ନିକଟକୁ ଆସିଥାଏ ତାଙ୍କୁ ମରଣୋପରାନ୍ତ ମୁକ୍ତି ମିଳିଥାଏ।

asthiବୈଜ୍ଞାନିକ ଦୃଷ୍ଟି କୋଣରୁ ଗଙ୍ଗା ଜଳରେ ପାରଦ ମିଶିଥାଏ, ଯାହାଦ୍ୱାରା ହାଡରେ ଥିବା କ୍ୟାଲସିୟମ ଏବଂ ଫସଫରସ୍‌ ପାଣିରେ ମିଶିଥାଏ। ଯାହା ଜଳଜନ୍ତୁଙ୍କ ପାଇଁ ପୌଷ୍ଟିକ ଆହାର। ହାଡରେ ସଲଫର ରହିଥାଏ, ଯାହା ପାରା ସହିତ ମିଶି ପାରଦ ନିର୍ମାଣ କରିଥାଏ। ଏଥିସହ ଏହି ଦୁଇଟି ଜିନିଷ ମିଶି ମରକ୍ୟୁରୀ ସଲ୍ଫାଇଡ ନାମକ ଲବଣ ପ୍ରସ୍ତୁତ କରିଥାଏ। ହାଡରେ ଥିବା ବଳକା କ୍ୟାଲସିୟମ ପାଣିକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥାଏ। ଧାର୍ମିକ ଦୃଷ୍ଟି କୋଣରୁ ପାରଦ ଭଗବାନ ଶିବଙ୍କ ପ୍ରତୀକ ଏବଂ ଗନ୍ଧକ (ସଲଫର) ଶକ୍ତିଙ୍କ ପ୍ରତୀକ। ଏହିକାରଣୁ ବିଶ୍ୱାସ କରାଯାଏ ଯେ ସମସ୍ତ ଜୀବ ମୃତ୍ୟୁ ପରେ ଶିବ ଏବଂ ଶକ୍ତିଙ୍କ ଭିତରେ ଲୀନ ହୋଇଯାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.