Below header

ପାକିସ୍ତାନୀ ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ ଅଛନ୍ତି ୫୬ ଭାରତୀୟ, ISI ନିକଟକୁ ପଠାଇସାରିଲେଣି ଭାରତର ଏହି ମନ୍ଦିରର ଫଟୋ ଓ ଭିଡିଓ

ପାକିସ୍ତାନୀ ଏଜେଣ୍ଟଙ୍କ ସହ ହାତ ମିଶାଇଛନ୍ତି ଭାରତୀୟ। ସୋମବାର ଉତ୍ତର ପ୍ରଦେଶର ଚନ୍ଦୌଲୀରୁ ଗିରଫ ହୋଇଥିବା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଏଜେଣ୍ଟ ‘ଜିନ୍ଦେଗୀ ନା ମିଲେଗୀ’ ନାମକ ହ୍ଵାଟ୍ସଆପ୍‌ ଗ୍ରୁପ୍‌ର ସଦସ୍ୟ ଥିବା ଜଣାଯାଇଛି। ଏହି ହ୍ଵାଟ୍ସ ଆପ୍‌ ଗ୍ରୁପ୍‌କୁ ପାକିସ୍ତାନର ଆଇଏସ୍‌ଆଇ ହ୍ୟାଣ୍ଡଲର୍ସ ମ୍ୟାନେଜ୍‌ କରୁଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଗ୍ରୁପ୍‌ରେ ପାକିସ୍ତାନୀଙ୍କ ସମେତ ମୋଟ ୫୬ ଜଣ ଭାରତୀୟ ନାଗରିକ ମଧ୍ୟ ରହିଛନ୍ତି।

Image result for isi

କାଶୀ ବିଶ୍ୱନାଥ ମନ୍ଦିର, ଜ୍ଞାନବାପି ମସ୍‌ଜିଦ, ସଙ୍କଟମୋଚନ ମନ୍ଦିର, କେଣ୍ଟ ରେଲେଓ୍ଵ ଷ୍ଟେସନ୍‌, ଦଶାଶ୍ୱମେଧ ଘାଟ, ମାଲବୀୟ ପୁଲ ଓ ଏୟାରଫୋର୍ସ ସହ ଜଡ଼ିତ ଭିଡ଼ିଓ ଓ ଫଟୋ ଆଇଏସ୍‌ଆଇକୁ ପଠାଇବା ଅଭିଯୋଗରେ ମହମ୍ମଦ ରସିଦଙ୍କୁ ଗିରଫ କରାଯାଇଛି। ୨୩ ବର୍ଷୀୟ ରସିଦଙ୍କୁ ଉତ୍ତର ପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ ଓ ମିଲଟାରୀ ଇଣ୍ଟେଲିଜେନ୍ସ ମିଳିତ ଭାବେ ଗିରଫ କରିଛନ୍ତି।

Image result for isi

ଯାଞ୍ଚ ବେଳେ ତାଙ୍କ ନିକଟରୁ ସିମ୍‌ କାର୍ଡ ସମେତ ଫୋନ୍‌ ଜବତ ହୋଇଥିଲା। ସେଥିରେ ଥିବା ହ୍ଵାଟ୍ସଗ୍ରୁପ୍‌ରେ ଏସବୁ ତଥ୍ୟ ଥିବା ଜଣାଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କ ସୂଚନା ପୋଲିସ ବିଭାଗ ପାଖକୁ ପଠାଇ ଦିଆଯାଇଛି। ବିଭାଗ ତରଫରୁ ସମସ୍ତଙ୍କ ଫଟୋ ରାଜ୍ୟର ବିଭିନ୍ନ ଥାନାକୁ ପଠାଇ ଦିଆଯାଇଛି। ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଏଟିଏସ୍‌ର ଏଡିଜି ଧ୍ରୁବକାନ୍ତ ଠାକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.