Below header

ଆମ୍ବର ମଲ୍ଲିକା ‘ନୁରଜାହାଁ’, ଯାହାର ଗୋଟେ ଆମ୍ବର ଦାମ୍ ୧୦୦୦ ଟଙ୍କା

ଗରମ ଆରମ୍ଭ ହୋଇଯିବା ପରେ ବଜାରରେ ସବୁ ପ୍ରକାର ଆମ୍ବର ସମ୍ଭାର ଲାଗିଲାଣି । ଗ୍ରାହକଙ୍କ ଚାହିଦା ମୂତାବକ ବଜାରରେ ଭଳିକି ଭଳି ନୂଆ ରକମର ଆମ୍ବ ମଧ୍ୟ ବିକ୍ରି କରୁଛନ୍ତି ଦୋକାନୀ । ଯେହେତୁ ଆମ୍ବ କେବଳ ଖରା ସିଜିନରେ ଆସିଥାଏ ଓ ଲୋକଙ୍କ ଚାହିଦା ଥାଏ ସେଥିପାଇଁ ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ ।

ହେଲେ ଆପଣ ଜାଣିଛନ୍ତି କି,ଯେମିତି ଫଳ ମାନଙ୍କ ଭିତରେ ରାଜା ହୋଇଥାଏ ଆମ୍ବ ସେହିପରି ଆମ୍ବ ମାନଙ୍କ ମଧ୍ୟରେ ଏକ ପ୍ରଜାତିର ଆମ୍ବ ‘ନୁରଜାହାଁ’ ଯାହାକୁ ‘ଆମ୍ବର ମଲ୍ଲିକା ‘ ବୋଲି କୁହାଯାଏ ।

ଏହାର ଓଜନ ସର୍ବନିମ୍ନ ୨.୫କେଜି ,ଟାକୁଆର ଓଜନ ୧୫୦ରୁ ୨୦୦ଗ୍ରାମ ଓ ଆମ୍ବର ୧ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ସମ୍ପ୍ରତି ତାହା କେବଳ ଇନ୍ଦୋର୍‌ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂର ଗୁଜରାଟ ସୀମାନ୍ତକୁ ଲାଗିଥିବା ଅଲିରାଜପୁର ଜିଲ୍ଲାର କାଠିୱାଡ଼ା ଅଞ୍ଚଳରେ ଚାଷ ହେଉଛି। ଯାହାର ଗୋଟା ଦାମ ୧୦୦୦ ଟଙ୍କା ବୋଲି ଜଣା ପଡିଛି ।

ସୂଚନାଯୋଗ୍ୟ, ଜାନୁଆରି-ଫେବ୍ରୁଆରିରେ ବଉଳୁଥିବା ‘ନୁର୍‌ଜହାଁ’ ଆମ୍ବଗଛରେ ଜୁନ୍ ଆରମ୍ଭ ବେଳକୁ ଫଳ ତୋଳାଯାଏ। ଗୋଟିଏ ‘ନୂର୍‌ଜହାଁ’ ଆମ୍ବ ଲମ୍ବାରେ ୧ଫୁଟ୍‌ ପର୍ଯ୍ୟନ୍ତ ବଢ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.