କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଚାଳକ ଓ ଚାଲାଣକାରୀ ଫେରାର୍

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ସହ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ନନ୍ଦପୁର ଓ ପାଡ଼ୁଆ ପୋଲିସ । ଆନ୍ଧ୍ର ସୀମାନ୍ତରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଚନ୍ଦକା ନିକଟରେ ଗାଡ଼ିକୁ ଜବତ କରିଛି ପୋଲିସ।

ତେବେ ଗାଡ଼ି ଚାଳକ ଓ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଯାଇଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.