ରେଲୱେରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ୧୦ମ କିମ୍ବା ଆଇଟିଆଇ ପାସ୍ କରିଥିଲେ ଯଥେଷ୍ଟ

ଦକ୍ଷିଣ ରେଳବାଇ ପକ୍ଷରୁ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ୧୦ମ କିମ୍ବା ଆଇଟିଆଇ ପାସ୍ କରିଛନ୍ତି, ତେବେ ଆପଣ ଆବେଦନ କରିପାରିବେ। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ଭର୍ତ୍ତି ୩୩୭୮ ପଦବୀରେ କରାଯିବ। ଚୟନ ହେବା ପ୍ରାର୍ଥୀଙ୍କୁ ଚେନ୍ନାଇ, ତାମିଲନାଡୁରେ ପୋଷ୍ଟିଂ ମିଳିବ। ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଜୁନ ୧ରୁ କରିବାକୁ ହେବ। ଆବେଦନ କରିବାର ଶେଷ ତାରିଖ ୩୦ ଜୁନ ରହିଛି।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଜୁନ ୩୦ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ୧୦ମ ପାସ୍ କିମ୍ବା ଆଇଟିଆଇ କରିଥିବା ଆବଶ୍ଯକ।

ବୟସସୀମା: ଆବେଦନ କରିବାର ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ହୋଇଥିବା ଆବଶ୍ଯକ।

ଏମିତି କରନ୍ତୁ ଆପ୍ଲାଏ: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ @sr.indainrailways.gov.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଲିଙ୍କ ଅଫିସିଆଲ ୱେବସାଇଟରେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.