କୁମାରୀ କନ୍ୟା ଓ ନବବଧୂଙ୍କ ପର୍ବ ‘କରମ’

ଘଟଗାଁ (କେନ୍ୟୁଜ୍) : ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଝାଡ଼ଖଣ୍ଡର ଲୋକେ ପାଳନ କରିଥାନ୍ତି କରମ ପର୍ବ। କୁମାରୀ କନ୍ୟା ଓ ନବବଧୂ ଏହି ପର୍ବ ପାଳନ କରିଥାନ୍ତି । ଏହି ପର୍ବର ପ୍ରଥମ ଦିନରେ କେନ୍ଦୁଝର ଜିଲ୍ଲା ପାଟଣା ନିକଟ ବୈତରଣୀ ନଦୀରୁ ବାଲି ଉତ୍ତୋଳନ କରାଯାଇଛି। କୁମାରୀ କନ୍ୟାମାନେ ବାଲି ଉଠାଇ ଏକ ସୁସଜ୍ଜିତ ରଥରେ ନାଚଗୀତ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ନେଇଛନ୍ତି । କରମ ପର୍ବର ବିଶେଷତ୍ୱ ହେଉଛି ଜାଓ୍ଵା ଡାଲାରେ ରୋପଣ କରାଯାଇଥିବା ଶସ୍ୟରୁ ହୋଇଥିବା ଗଛ । ଏହା ସୃଷ୍ଟି ଏବଂ ସମ୍ଭାବନାର ପ୍ରତୀକ । ଏହି ପର୍ବକୁ କୁମାରୀ କନ୍ୟା ଏବଂ ସନ୍ତାନ ଆଶାୟୀ ନବ ବିବାହିତାମାନେ ପାଳନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.