Below header

ଦୁଇ କପ ଚାହାର ମୂଲ୍ୟ ୭୮,୬୫୦ ଟଙ୍କା, ଜାଣନ୍ତୁ କେମିତି ଚୁନା ଲାଗିଲା ଏହି ଅଭିନେତାଙ୍କୁ

 

ଏହିପରି ଏକ ଘଟଣା ଘଟିଛି ହାସ୍ୟ ଅଭିନେତା କିକୁ ଯାଦବଙ୍କ ସହ ଅଭିନେତା  କିକୁ ସାରଦାଙ୍କ ସହ | ତାଙ୍କ ସହ  ଇଣ୍ଡୋନେସିଆରେ  ଘଟିଛି | ଇଣ୍ଡୋନେସିଆରେ ମାତ୍ର ଗୋଟେ କପ କଫି ଓ ଗୋଟେ କପ ଚାହା ପାଇଁ ତାଙ୍କୁ ପ୍ରାୟ  ୭୮,୬୫୦ ଟଙ୍କା ଦେବାକୁ ପଡିଛି | ବିଲ ଟିରେ କଫିର ମୂଲ୍ୟ ୩୫,୦୦୦ ଥିବାବେଳେ ଚାହାର ମୂଲ୍ୟ ୩୦,୦୦୦ ଟଙ୍କା ଉଲ୍ଲେଖ କରାଯାଇଛି | ଏହା ସହ ୧୩, ୬୫୦ ଟଙ୍କା ସେବା କର ହିସାବରେ ମଧ୍ୟ ଦେଇଛନ୍ତି |  କିକୁ ଏହାକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ତାହା ସହ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହା ବାବଦରେ  ସେ କେଉଁଠାରେ ବି  ଅଭିଯୋଗ କରିପାରିବେ ନାହିଁ | କାରଣ ଏହି ଘଟଣାଟି ତାଙ୍କ ସହ ଇଣ୍ଡୋନେସିଆରେ ଘଟିଛି | ଏହି ପଇସାକୁ ଯଦି ଭାରତୀୟ ମୁଦ୍ରାରେ ପରିଣତ କରାଯାଏ ତେବେ ତାହାର ମୂଲ୍ୟ ମାତ୍ର ୪୦୦ ଟଙ୍କା ହେବ | କୁକୀ କପିଳ ଶର୍ମାଙ୍କ ଦ୍ୱାରା ପ୍ରସାରିତ ଏକ କମେଡି  ଶୋରେ ‘ବଚ୍ଚା ଯାଦବ’ ନାମରେ ଅଭିନୟ କରନ୍ତି | କିକୁଙ୍କ ଏହି ପୋଷ୍ଟରେ ବିଭିନ୍ନ ମହଲରୁ ବହୁ ପ୍ରତିକ୍ରିୟା ଆସିବାରେ ଲାଗିଛି |  କିକୁ କପିଲ ଶର୍ମାଙ୍କ ସୋ ବ୍ୟତୀତ ହଲିଉଡ଼ର ‘ଆଙ୍ଗରୀ ବାର୍ଡ଼’ ଶୋ  ରେ ମଧ୍ୟ ଅଭିନୟ କରୁଛନ୍ତି | ଖବର ଅନୁଯାୟୀ କିକୁ ପୂର୍ବରୁ ପ୍ରସାରିତ ହେଉଥିବା ‘ହାତିମ’ ନାମକ ଏକ ସୋ ରେ ମଧ୍ୟ ଅଭିନୟ କରିଛନ୍ତି |

ଏହିପରି କିଛି ଦିନ ଆଗରୁ ଘଟିଥିଲା ଅଭିନେତା ରାହୁଲ ବୋଷଙ୍କ ସହ |ମାତ୍ର ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେବାକୁ ପଡିଥିଲା  | ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା | ହଁ ଏମିତି ଘଟିଥିଲା  ବଲିଉଡ଼ ଅଭିନେତା ରାହୁଲ ବୋଷଙ୍କ ସହ | ସକାଳ ଜଳଖିଆ ପାଇଁ ସେ ଯେତେବେଳେ ଏକ ହୋଟେଲରେ ବସି ୨ଟି କଦଳୀ ପାଇଁ  ବରାତ କରିଥିଲେ | ତାଙ୍କୁ ହୋଟେଲ ତରଫରୁ ୪୪୨ ଟଙ୍କାର ଏକ ବିଲ ଦେଇଥିଲେ | ତାକୁ ଦେଖି ରାହୁଲଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ | ସେ ବିଲ ଓ କଦଳୀ ସହ ଏକ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଛାଡିଥିଲେ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.