Below header

କିସ୍‌ ବିଶ୍ୱବିଦ୍ୟାଳୟରେ ଗୁରୁଦିବସ ପାଳିତ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂଜା କଲେ ଛାତ୍ରଛାତ୍ରୀ

କିସ୍‌ ବିଶ୍ୱବିଦ୍ୟାଳୟରେ ଗୁରୁଦିବସ ପାଳିତ । ଏଥିରେ କିସ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଚନ୍ଦନ ଓ ଫୁଲ ଲଗାଇ ପୂଜାର୍ଚ୍ଚନା କରିଥିଲେ । ସମାଜରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ କିଟ ଓ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଛାତ୍ରଛାତ୍ରୀମାନେ ପୂର୍ବତନ ରାଷ୍ଟ୍ରପତି ସାର୍‌ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜା କରିଥିଲେ । ଏଥିରେ କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ରେଜିଷ୍ଟ୍ରାର ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.