Below header

କଟକ: ବେଆଇନ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ, ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ

କଟକ ଜୋବ୍ରା ନୂଆସାହିରେ ବେଆଇନ ଭାବେ ରନ୍ଧନ ଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ । ଜିଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର ଓ ତାଙ୍କ ଟିମ୍‌ ରେଡ କରି ରବୀନ୍ଦ୍ର ନାୟକଙ୍କ ଘରୁ ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଯେଉଁଥିରୁ ୨୮ଟି ସିଲିଣ୍ଡର ଗ୍ୟାସ ଭର୍ତ୍ତି ଥିବା ବେଳେ ୨୧ଟି ଖାଲି ଟାଙ୍କି । ପଚାରାଉଚୁରା ବେଳେ କହ୍ନେଇପୁରର ସ୍ୱୀକୃତିପ୍ରାପ୍ତ ଡିଲର ବାୟାବାବା ଗ୍ୟାସ ଏଜେନସିରେ ରବିନ୍ଦ୍ର ନାୟକ କାମ କରୁଥିବା ଜଣାପଡିଥିଲା। ତେବେ ଏତେ ପରିମାଣର ଗ୍ୟାସ ସିଲିଣ୍ଡର କୌଣସି ଅନୁମତି ନେଇ ନଥିବା ଜଣା ପଡିଥିଲା। ଜଣେ ଗ୍ୟାସ ବିତରକଙ୍କ କର୍ମଚାରୀ ନିଜ ଘରେ ଏତେ ପରିମାଣ ଗ୍ୟାସ ଟାଙ୍କି ରଖିବା ସନ୍ଦେହ ସୃଷ୍ଟି କରୁଛି । ସେ ଚଢା ଦରରେ ବଜାରରେ ବିକ୍ରୀ କରୁଥିଲେ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ କହିଛନ୍ତି। କିନ୍ତୁ ଏଭଳି ଅଭିଯୋଗକୁ ରବୀନ୍ଦ୍ର ଅସ୍ୱୀକାର କରିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.