Below header

ଷଣ୍ଢ ଲଢେଇରେ ଘାଇଲା ଷଣ୍ଢକୁ ଉସକାଇ ଫଳ ଭୋଗିଲେ ଦର୍ଶକ, ଦେଖନ୍ତୁ ଭିଡିଓ

ଆପଣ କେବେ ଷଣ୍ଢ ଲଢେଇ ଦେଖିଛନ୍ତି କି ? ଯଦି ଦେଖିଛନ୍ତି ତେବେ ଏହି ଖେଳରେ କେବେ ଆହତ ହୋଇଛନ୍ତି କି ? ଅନେକ ଦେଶରେ ଷଣ୍ଢ ଲଢ଼େଇକୁ ଉପଭୋଗ କରାଯାଇଥାଏ କିନ୍ତୁ ଏହି ଖେଳରେ ଏପରି ଅନେକ ଦୁର୍ଘଟଣା ଘଟିଥାଏ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଏକ ଘଟଣା ଘଟିଛି ସ୍ପେନରେ । ସେଠାକାର ଜିରୋନାରେ ବିଡରେସ ଫେଷ୍ଟିଭାଲ ଚାଲିଥିଲା ସମୟରେ ବୁଲ ଫାଇଟର ମଧ୍ୟ ଆୟୋଜନ କରାଯାଇଥିଲା। କିନ୍ତୁ ଏହି ପ୍ରତିଯୋଗିତା ସମୟରେ ଏପରି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏଠାରେ ଷଣ୍ଢଟି ରିଙ୍ଗ ପାରକରି ଦର୍ଶକଙ୍କ ମଧ୍ୟକୁ ପଶି ଯାଇଥିଲା ଯାହାଦ୍ୱାରା ଅନେକ ଦର୍ଶକ ଆହତ ହୋଇଥିଲେ। ଆଉ ଏହାପରେ ପୋଲିସ ମାନେ ଗୁଳିକରି ଷଣ୍ଢକୁ ମାରିଦେଇଥିଲେ।

ସେଠାରେ ଉପସ୍ଥିତ ଥିବା କିଛି ଦର୍ଶକ ଏହାକୁ ମୋବାଇଲରେ ରେକର୍ଡ କରିଥିଲେ। ଏହି ଭିଡିଓରେ ଦେଖାଯାଇଛି ଯେ ଷଣ୍ଢ ରିଙ୍ଗରେ ଠିଆ ହୋଇଥିବା ସମୟରେ ଅନେକ ଲୋକ ତାକୁ ଆକ୍ରମଣ କରିବା ପାଇଁ ଉସକାଉଥିଲେ। ଏହି ସମୟରେ ହଠାତ ଷଣ୍ଢଟି ରିଙ୍ଗର ବାହାରକୁ ଡେଇଁ ପଡିଥିଲା ଏବଂ ଷଣ୍ଢକୁ ଦେଖି ସେଠାରେ ଥିବା ଅନେକ ଦର୍ଶକ ଦୌଡ଼ି ପଳାଇଥିଲେ।

ଏହାସହ ପଢନ୍ତୁ ଶାଶୁଙ୍କ ସହ ଝଗଡା ହେବା ପରେ ବୋହୁ ଛାଡିଦେଲେ ଘର ତ ପୁଅ ରାଗରେ ଆସି ମାଙ୍କ ମୁଣ୍ଡରେ ମାରିଲେ ପ୍ରେସର ଆଉ ତାପରେ..

ଷଣ୍ଢଟି ଦର୍ଶକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା। ସେ ଏକ ମହିଳାଙ୍କୁ ନିଜ ଶିଙ୍ଘରେ ଆଘାତ କରିଥିଲା ଯିଏକି ଆହତ ହୋଇ ପଡିଯାଇଥିଲେ ଏବଂ ଏହାପରେ ଷଣ୍ଢଟି ପୁରା ଚକ୍କର ଲଗାଇଥିଲା ଓ ଦର୍ଶକ ମାନଙ୍କୁ ଆକ୍ରମଣ କରି ଚାଲିଥିଲା। ଲୋକମାନେ ଦୌଡ଼ାଦୌଡ଼ି ହୋଇ ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲେ ତ କେହିକେହି କାର ମଧ୍ୟରେ ଲୁଚି ଯାଇଥିଲେ ଏବଂ ଅନ୍ୟ କିଛିଲୋକ ଷଣ୍ଢର ଲାଞ୍ଜକୁ ଧରି ତାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ। ସୂଚନା ମୁତାବକ ଏହି ଘଟଣାରେ ୧୯ ଜଣ ଆହତ ହୋଇଥିଲେ ଏବଂ ତାଙ୍କ ମଧ୍ୟରୁ ଜଣେ ଗଭୀର ଭାବେ ଆହତ ହୋଇଥିଲେ। ଯାହାଙ୍କର ଏବେପର୍ଯ୍ୟନ୍ତ ଚିକିତ୍ସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.