Below header

ମୟୂରଭଞ୍ଜ: ସାପକୁ ଉଦ୍ଧାର କଲେ ସାହସୀ ମହିଳା, ଧରିଲେ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପ

ସାପକୁ ଉଦ୍ଧାର କରି ସାହସିକତାର ପରିଚୟ ଦେଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଶିମିଳିପାଳର କଦଳୀଆପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ନାଗ ସାପ ଉଦ୍ଧାର କଲେ ସସ୍ମିତା ଗୋଚ୍ଛାୟତ । ନିର୍ଭିକ ଭାବେ ଏକ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପକୁ ଉଦ୍ଧାର କରିଛନ୍ତି।ଏହି ବିରାଟକାୟ ନାଗ ସାପ ଭରତ ଚନ୍ଦ୍ର ମହାନ୍ତଙ୍କ ଘରେ ପଶିଥିବା ଜଣାପଡିବା ପରେ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତଙ୍କୁ ଖବର ଦିଆଯାଇଥିଲା। ତେବେ ସେ ଅନୁପସ୍ଥିତି ଥିବାରୁ ତାଙ୍କ ସ୍ତ୍ରୀ ସସ୍ମିତା ଗୋଚ୍ଛାୟତ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ନାଗଟି ଗିଳିଥିବା ୬ଟି କୁକୁଡ଼ା ଅଣ୍ଡା ଓ ମୂଷା ଛୁଆକୁ ଓଗାଳିଥିଲା। ପରେ ଉଦ୍ଧାର ସାପକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସସ୍ମିତାଙ୍କ ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.