Below header

ଜାଣନ୍ତୁ ବିନା କପଡ଼ାରେ ଶୋଇଲେ କ’ଣ କୁହନ୍ତି ଡାକ୍ତର?

ବିନା କପଡ଼ାରେ ଶୋଇଲେ ଶରୀର ପାଇଁ କ’ଣ ଲାଭଦାୟକ କି? ଏମିତି ଶୋଇବାରେ କ’ଣ ଭଲ ନିଦ ହୋଇଥାଏ କି? ଯଦି ଆପଣଙ୍କ ମନରେ ଏହାକୁ ନେଇ କିଛି ପ୍ରଶ୍ନ ଆସେ, ତା’ହେଲେ ଆମେ ଆପଣଙ୍କୁ ନିବସ୍ତ୍ର ଶୋଇବାକୁ ନେଇ ବୈଜ୍ଞାନିକ ଏବଂ ଡାକ୍ତରମାନେ କ’ଣ କହିଥାଆନ୍ତି, ତାହା ଜଣେଇବାକୁ ଯାଉଛୁ। ନ୍ୟାଶନାଲ ସ୍ଲିପ୍‌ ଫାଉଣ୍ଡେଶନ ଏ ନେଇ ଏକ ସର୍ଭେ କରିଥିଲା, ଯେଉଁଥିରୁ ଜଣାପଡ଼ିଥିଲା କି, ଆମେରିକାର ୧୨ ପ୍ରତିଶତ ଲୋକ ବିନା କପଡ଼ାରେ ଶୋଇଥାଆନ୍ତି। କୁହାଯାଏ କି, ବିନା କପଡ଼ାରେ ଶୋଇଲେ ଶରୀରକୁ ଲାଭ ମିଳିଥାଏ।

girl22

 

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଲଭ୍ ଲାଇଫରେ କାହିଁକି ମିଳିଥାଏ ଧୋକା !

ମ୍ୟାନ୍‌ ହେଲଥ ସ୍ଲିପ୍‌ ଆଡ୍‌ଭାଇଜର ଡବ୍ଲୁ କ୍ରିଷ୍ଟାଫର ଓ୍ଵଣ୍ଟରଙ୍କ କହିବା ଅନୁଯାୟୀ, ବିନା କପଡ଼ାରେ ଶୋଇଲେ ଆପଣଙ୍କୁ ଭଲ ନିଦ ହୋଇଥାଏ। ଆପଣଙ୍କ ଶରୀରର ତାପମାତ୍ରା କମ୍‌ ରହିଥାଏ। ଏହାଦ୍ୱାରା ଆପଣ ସକାଳୁ ଉଠିଲେ ଅଧିକ ତାଜା ଅନୁଭବ କରନ୍ତି। ୨୦୧୪ରେ ଏକ ସର୍ଭେରୁ ଜଣାପଡ଼ିଥିଲା କି, କୌଣସି କପଡ଼ା ନ ପିନ୍ଧି ଶୋଇଲେ ମୋଟାବୋଲିଜମ୍‌ର ସ୍ତର ଠିକ୍‌ ରହିଥାଏ। କେବଳ ଏତିକି ନୁହେଁ, ଆପଣଙ୍କ ଗୁପ୍ତ ଅଙ୍ଗଗୁଡ଼ିକରେ କୌଣସି ସଂକ୍ରମଣ ହେବାର ସମ୍ଭାବନା କମ୍‌ ରହିଥାଏ, ଯେତେବେଳେ କି ଅଣ୍ଡରେଓ୍ଵରରୁ ଏହି ସଂକ୍ରମଣ ବଢ଼ିଯାଇଥାଏ। ବିଶେଷଜ୍ଞଙ୍କ କହିବା କଥା, ଯଦି ଆପଣ ୟୁରୋଲେଜି ଜନିତ କୌଣସି ସମସ୍ୟାରୁ ବର୍ତ୍ତିବାକୁ ଚାହାନ୍ତି, ତେବେ ବିନା ଅଣ୍ଡରେଓ୍ଵରରେ ଶୋଇବା ବହୁତ ଲାଭଦାୟକ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.