Below header

ସାବଧାନ ଆଖି ପାଇଁ ବିପଦପୂର୍ଣ୍ଣ ହୋଇଥାଏ ସିଏଫଏଲ ଲାଇଟ, ଅଧିକ ସମୟ ବ୍ୟବହାର କଲେ ହୋଇପାରେ ଏହି ସବୁ ରୋଗ

ଘରେ ଓ ଅଫିସରେ ଆମେ ମାନେ ଘଣ୍ଟା ଘଣ୍ଟା ଏଲଇଡି ଲାଇଟରେ ସମୟ କାଟିଦେଇଥାଉ । ହେଲେ ଏହା ଜାଣିନଥାଉ ଏହାର ଆଲୋକ ଆଖି ଉପରେ କଣ ପ୍ରଭାବ ପକାଇଥାଏ । ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି ଯେ, ଏଲଇଡି ଲାଇଟ ଆଲୋକରେ କାମ କଲେ ଆଖିଖରାପ ହୋଇପାରେ । ଫ୍ରାନ୍ସର ସରକାରୀ ସ୍ୱାସ୍ଥ୍ୟ ନୀରିକ୍ଷଣ ସଂସ୍ଥା ଚେତାବନୀ ଜାରି କରି କହିଛି ଏଲଇଡି ଲାଇଟର ନୀଳ ଆଲୋକ ଆଖିର ରେଟିନା ଖରାପ କରିପାରେ ଓ ପ୍ରକୃତିକ ରୂପରେ ନିଦର ପ୍ରକୀୟାରେ ବାଧା ସୃଷ୍ଟି ହୋଇପାରେ ।

ବାସ୍ତବରେ ଏଲଇଡିରୁ ସାତରଙ୍ଗର ଆଲୋକ ବାହାରିଥାଏ । ଏଥିରେ ଲାଲ ଓ ସବୁଜ ରଙ୍ଗର ୱେବ ଲେଙ୍ଗଥ ଅଧିକ ହୋଇଥାଏ । ଏଥିରୁ ଫୋଟନର ଶକ୍ତି କମ ବାହାରିଥାଏ । ନୀଳ ଆଲୋକର ଏଲଇଡି ୱେବ ଲେଙ୍ଗଥ୍‌ ସବୁଠାରୁ କମ ହୋଇଥାଏ । ଏଥିପାଇଁ ଫୋଟନର ଶକ୍ତି ବହୁତ ବାହାରିଥାଏ । ଏହା ଆମର ଆଖିର ରେଟିନାର କୋଷିକାକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ । ANSESର ରିପୋର୍ଟ ମୁତାବକ ଶକ୍ତିଶାଳୀ ଏଲଇଡି ଆଲୋକ ଫଟୋ ଟକ୍ସିକ୍‌ର ହୋଇଥାଏ ଯାହା ଆଖିର ଦୃଷ୍ଟି ଶକ୍ତିକୁ ବି କମ୍‌ କରିପାରେ ।

ଏଲଇଡି ଲାଇଟ କ୍ଷତି ଉପରେ ଅଧ୍ୟୟନ ହେବା ଜରୁରୀ

ରିପୋର୍ଟକୁ ମାନିବାକୁ ଗଲେ ସାରା ବିଶ୍ୱରେ ଏବେ ଏଲଇଡି ବ୍ୟବହାର ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଅଫିସ,ଘର,ଓ ସାର୍ବଜନୀନ କ୍ଷେତ୍ରରେ ଏଲଇଡିର ବ୍ୟବହାର ଖୁବ ମାତ୍ରାରେ ବଢିଛି । ଏଲଇଡି ଲାଇଟି ଏନର୍ଜି ଏଫିସେଣ୍ଟ ହୋଇଥାଏ ଅର୍ଥାତ ଏହାକୁ ବ୍ୟବହାର କରିବା ଦ୍ୱାରା ବିଜୁଳି ଖର୍ଚ୍ଚ କମ ହୋଇଥାଏ । ପୁରୁଣା ଯୁଗର ହଳଦୀ ରଙ୍ଗର ବଲ୍‌ବ ତୁଳନାରେ ଏଲଇଡିରୁ  ଅଧିକ ନୀଳ ଆଲୋକ ବାହାରିଥାଏ । ଚକ୍ଷୁ ବିଶେଷଜ୍ଞ ମତ ଅନୁସାରେ ଏଲଇଡି ଲାଇଟରେ ବାହାରୁଥିବା ନୀଳ ଆଲୋକ ଆଖିର ରେଟିନା କୋଷିକାକୁ କ୍ଷତି ପହଞ୍ଚିପାରେ । କିନ୍ତୁ ଏହା କେତେ ସମୟ ପର୍ଯ୍ୟନ୍ତ ଏହି ଆଲୋକରେ ରହିବା କାରଣରୁ କ୍ଷତି ହୋଇପାରେ ଓ କେତେ ତୀବ୍ରତର ଆଲୋକରେ କ୍ଷତି ହୋଇପାରେ ଏହି ଦୁଇଟି ପ୍ରସଙ୍ଗକୁ ବଡ ଧରଣର କ୍ଲିନିକାଲ ଅଧ୍ୟୟନ ହେବାର ଆବଶ୍ୟକତା ରହିଛି । 

ବତାଇଥାଉ ୧୦ରୁ ୧୨ ଘଣ୍ଟା

ସବୁଦିନ ପଖାପାଖି ୧୦ରୁ ୧୨ ଘଣ୍ଟା ଆର୍ଟିଫିସିଆଲ ଲାଇଟରେ ଆମେ ବିତାଇଥାଉ । ଏହି ସମୟରେ ଭାରତ ସରକାର ଓ ଇଣ୍ଡଷ୍ଟ୍ରୀ ଉଭୟ ଏଲଇଡି ଲାଇଟର ବ୍ୟବହାର ଉପରେ ଯେମିତି ଜୋର ଦେଉଛନ୍ତି ଏବେ ଜରୁରୀ ଅଟେ ଯେ,ଏଲଇଡି ଲାଇଟ ଫଟୋବାୟୋଲୋଜିକାଲ ସୁରକ୍ଷା ଷ୍ଟାଣ୍ଡାର୍ଡ ହିସାବରେ ତିଆରି ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.