ଲେମ୍ବୁର ଜାଗା ନେଲା ରସୁଣ, ଦେଖନ୍ତୁ ଏହି ମଜାଦାର ଫଟୋ

ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ପରିସ୍ଥିତି ଏଭଳି ଯେ ରୋଷେଇ ଘରୁ ଏକପ୍ରକାର ଗାଏବ ହୋଇଯାଇଛି ଲେମ୍ବୁ। ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଏକ ଫଟୋ ବେଶ୍‌ ଭାଇରାଲ ହେଉଛି ।

ଏପ୍ରିଲ ମାସ ଚାଲିଛି ଏବଂ ଦେଶରେ ଉତ୍ତାପ ବହୁତ ବଢିବାରେ ଲାଗିଛି । ଗୋଟିଏ ଜିନିଷ ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କ ଘରେ ଅଧିକ ବ୍ୟବହୃତ ହୁଏ। ତାହା ହେଉଛି ଲେମ୍ବୁ। ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ପରିସ୍ଥିତି ଏଭଳି ଯେ ରୋଷେଇ ଘରୁ ଏକପ୍ରକାର ଗାଏବ ହୋଇଯାଇଛି ଲେମ୍ବୁ। ମହଙ୍ଗା ହେତୁ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଠାରୁ ବହୁ ଦୂରରେ। ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଏକ ଫଟୋ ବେଶ୍‌ ଭାଇରାଲ ହେଉଛି ।

ବିଗତ ଅନେକ ଦିନ ଧରି ଲେମ୍ବୁର ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ କଥା ଭାଇରଲ ହେବାରେ ଲାଗିଛି। ଯଦିଓ ଲେମ୍ବୁର ମୂଲ୍ୟ ଏହି ଗ୍ରୀଷ୍ମ ଋତୁରେ ଲୋକଙ୍କ ପାଇଁ ଏକ ଖରାପ ପରିସ୍ଥିତି ସୃଷ୍ଟି କରିଛି, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ନେଇ ମଜାଳିଆ ଭଡ଼ିଓ ସେୟାର କରୁଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋ ଦେଖି ଆପଣଙ୍କୁ ନିହାତି ହସ ଲାଗିବ । ଫଟୋରେ ଆପଣ ରସୁଣକୁ ଲଙ୍କା ସହିତ ଝୁଲୁଥିବାର ଦେଖିପାରିବେ ।
ଆମେ ସମସ୍ତେ ଜାଣିଛେ ଯେ ଖରାପ ଦୃଷ୍ଟିରୁ ଦୂରେଇ ରହିବା ପାଇଁ ଲୋକମାନେ ନିଜ ଦୋକାନ ଏବଂ ଘରେ ଲେମ୍ବୁ ସହିତ ଲଙ୍କା ଟାଙ୍ଗନ୍ତି । ବିଶ୍ୱାସ କରାଯାଏ ଯେ, ଏହି କାରଣରୁ ଲୋକମାନେ ଦୋକାନ ଏବଂ ଘର ଉପରେ କାହାର ଖରାପ ନଜର ନଥାଏ। ତେବେ ଭାଇରାଲ ହେଉଥିବା ଫଟୋରେ ଲୋକମାନେ ଲେମ୍ବୁ ବଦଳରେ ରସୁଣ ଦେଖି ଉପଭୋଗ କରୁଛନ୍ତି। ଦେଖନ୍ତୁ ମଜାଳିଆ ଫଟୋ –

ରୁପିନ ଶର୍ମା ନିଜର ଟୁଇଟରରେ ଏହି ଫଟୋକୁ ଶେୟାର କରିଛନ୍ତି। ଫଟୋରେ ଲେମ୍ବୁ ସ୍ଥାନରେ ଲଙ୍କା ସହ ରସୁଣକୁ ଟଙ୍ଗା ଯାଇଥିବା କୁଦୃଷ୍ଟି ପାଇଁ ଲଗାଯାଇଥିବା ଦେଖାଯାଉଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ଲେମ୍ବୁର ଦାମ ବୃଦ୍ଧିକୁ ଦେଖି ତା ସ୍ଥାନରେ ରସୁଣକୁ ପ୍ରତିନିଯୁକ୍ତିରେ ଲଗା ଯାଇଛି। ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ରୁପିନଙ୍କ ପୋଷ୍ଟଟି ବେଶ ଭାଇରାଲ ହେଉଥିବା ବେଳେ କିଛି ଲୋକ ରସୁଣ କୁଦୃଷ୍ଟି ଦୂର କରିପାରିବ ନାହିଁ ବୋଲି କହିଛନ୍ତି। ଏହାଛଡ଼ା କିଛି ଲୋକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.