Below header

ଉଜ୍ଜୟିନୀର ଭଗବାନ ମଙ୍ଗଳନାଥଙ୍କ ମନ୍ଦିରରେ ହୋଇଥାଏ ମଙ୍ଗଳଙ୍କ ପୂଜା, ଜାଣନ୍ତୁ କ’ଣ ରହିଛି ଏହାର ପୌରାଣିକ ମହତ୍ତ୍ୱ

ଉଜ୍ଜୟିନୀକୁ କାଳୋ କେ କାଳ ମହାକାଳଙ୍କ ନଗରୀ କୁହାଯାଇଥାଏ। ଏଥିସହ ମହାକାଳଙ୍କ ଏହି ନଗରୀରେ ବହିଯାଉଥିବା ସିପ୍ତା ନଦୀ ମୋକ୍ଷଦାୟିନୀ କ୍ଷିପ୍ରା କୁହାଯାଇଥାଏ। ସିପ୍ରାର ପବିର୍ତ ତଟରେ ଜନ୍ମ ନେଇଥିବା ଆଧ୍ୟାତ୍ମିକ ସଂସ୍କୃତି ପରିବର୍ତ୍ତନ ପରେ ଶାସ୍ତ୍ରରେ ଏହି ନଗର ଉଜ୍ଜୟିନୀ ନାଁ ରେ ବିଖ୍ୟାତ ହୋଇଛି। ଏଠାରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ଭଗବାନ ମଙ୍ଗଳନାଥ ମଧ୍ୟ ପୂଜା ପାଇଥାନ୍ତି।

ଭଗବାନ ମଙ୍ଗଳନାଥ ମନ୍ଦିରର ମାନ୍ୟତା

ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ ମଙ୍ଗଳନାଥ ମନ୍ଦିରରେ ମଙ୍ଗଳଙ୍କ ପୂଜା କରିବାର ଗୁରୁତ୍ୱ ଅନ୍ୟ କୌଣସି ସ୍ଥାନରେ ନାହିଁ। ମାନ୍ୟତା ରହିଛି ଏଠାରେ ପୂଜା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜାତକରେ ଥିବା ଦୋଷ ଦୂର ହୋଇଯାଇଥାଏ। ସେହିଭଳି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଭାରି ହୋଇଥାନ୍ତି ସେହି ବ୍ୟକ୍ତିମାନେ ନିଜର ଅନିଷ୍ଟ ଗ୍ରହର ଶାନ୍ତି ପାଇଁ ମଙ୍ଗଳନାଥ ମନ୍ଦିରରେ ପୂଜା-ପାଠ କରିବାକୁ ଆସିଥାନ୍ତି। ମଙ୍ଗଳନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଜାତକରେ ଉଗ୍ରରୂପ ଧାରଣ କରିଥିବା ମଙ୍‌ଗଳ ଶାନ୍ତ ହୋଇଥାନ୍ତି। ଏହିକାରଣରୁ ଯେଉଁ ନବବିବାହିତଙ୍କ ଯୋଡିରେ ମଙ୍ଗଳ ଦୋଷ ରହିଥାଏ ସେମାନେ ପ୍ରତ୍ୟେକ ବର୍ଷ ଏଠାରେ ପୂଜା-ପାଠ କରିବା ପାଇଁ ଆସିଥାନ୍ତି।

mangalnath1ଭଗବାନ ମଙ୍ଗଳନାଥଙ୍କ ଇତିହାସ

କୁହାଯାଇଥାଏ ଅନେକ ଶତାଦ୍ଦୀ ପ୍ରାଚୀନ ହୋଇଥିବା ଏହି ମନ୍ଦିର ସିନ୍ଧିୟା ରାଜପରିବାରଙ୍କ ଦ୍ୱାରା ପୂନଃନିର୍ମାଣ କରାଯାଇଥିଲା। ଏଠାରେ କରାଯାଉଥିବା ମଙ୍ଗଳ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଭକ୍ତଙ୍କ ଦ୍ୱାରା ଏଠାରେ ମଙ୍ଗଳନାଥଙ୍କୁ ଶିବ ରୂପେ ପୂଜା କରାଯାଇଥାଏ। ମଙ୍ଗଳବାର ଦିନ ଏଠାରେ ପୂଜା କରିବା ପାଇଁ ବହୁ ଦୂର-ଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥାନ୍ତି।

mangalଭଗବାନ ମଙ୍ଗଲ ନାଥଙ୍କ ମହତ୍ତ୍ୱ

ଏହି ମନ୍ଦିରରେ କରାଯାଇଥିବା ନବଗ୍ରହଙ୍କ ପୂଜା ବିଶେଷ ଲାଭ ଦେଇଥାଏ ବୋଲି ବିଶ୍ୱାସ କରାଯାଏ। ଏଠାରେ ଶାନ୍ତ ମନରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଉଗ୍ର ରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି। ସାଧାରଣତଃ ଦିନରେ ଏଠାରେ ସକାଳ ୬ଟାରୁ ପୂଜା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନ ବିଶେଷ ଉତ୍ସବର ଆୟୋଜନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.