ଭଗବାନ ବିଷ୍ଣୁ ଶେଷ ନାଗ ଉପରେ ଶୟନ କରିବା ପଛରେ ରହିଛି ଏହି ବଡ଼ କାରଣ, ଆଜି ଜାଣନ୍ତୁ

ଭଗବାନ ଶ୍ରୀହରି ବିଷ୍ଣୁ କ୍ଷୀର ସାଗରରେ ଶେଷନାଗ ବା ସର୍ପ ଉପରେ ଶୟନ କରିଛନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶ୍ରୀବିଷ୍ଣୁ ଜଗତର ପାଳନ କର୍ତ୍ତା। ପ୍ରଭୁ ନାରାୟଣ ଉପଯୁକ୍ତ ସମୟରେ ମାନବ ଜାତିର ମାର୍ଗ ଦର୍ଶନ କରିଥାନ୍ତି। ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କ ସ୍ବରୂପକୁ ଶାନ୍ତ, ଆନନ୍ଦମୟୀ ତଥା କୋମଳ କୁହାଯାଇଥାଏ। ଭଗବାନ ବିଷ୍ଣୁ ଶେଷନାଗ ଉପରେ ଆନନ୍ଦ ମୁଦ୍ରାରେ ଶୟନ କରିଥାନ୍ତି। ଭଗବାନଙ୍କର ଏହି ସ୍ବରୂପକୁ ଲକ୍ଷ୍ୟରେ ରଖି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ‘ଶାନ୍ତାକାରଂ ଭୁଜଙ୍ଗଶୟନଂ’ ଏହାର ଅର୍ଥ ଶାନ୍ତ ସ୍ବରୂପ ତଥା ଭୁଜଙ୍ଗ ବା ଶେଷନାଗ ଉପରେ ଶୟନ କରୁଥିବା ଦେବତା ହେଉଛନ୍ତି ଭଗବାନ ବିଷ୍ଣୁ।

ଭଗବାନଙ୍କର ଏହି ସ୍ବରୂପକୁ ଦେଖିଲା ପରେ ମନକୁ ପ୍ରଶ୍ନ ଆସିଥାଏ, କିପରି କାଳର ଛାୟାରେ ରହି ମଧ୍ୟ ଶେଷନାଗ ଉପରେ ଶୟନ କରିଛନ୍ତି ପ୍ରଭୁ । ହିନ୍ଦୁ ଧର୍ମ ଅନୁସାରେ ଶେଷନାଗ ଭଗବାନ ବିଷ୍ଣୁଙ୍କ ଶକ୍ତିର ପ୍ରତୀକ। ବାସ୍ତବରେ ମାନବ ଜୀବନର ପ୍ରତ୍ୟେକ ସମୟ କର୍ତ୍ତବ୍ୟ ଏବଂ ଦାୟିତ୍ବ ସହିତ ଜଡ଼ିତ, ଯାହା ପାରିବାରିକ, ସାମାଜିକ ଏବଂ ଆର୍ଥିକ ଦାୟିତ୍ବ ସହିତ ଜଡ଼ିତ ରହିଛି। କିନ୍ତୁ ଏହି ସବୁ ଦାୟିତ୍ବ ପୂରା କରିବା ସହିତ ଅନେକ ସମସ୍ୟା ମଧ୍ୟ ଆସିଥାଏ, ଯାହା କାଳ ରୂପୀ ନାଗ ଭଳି ହୋଇଥାଏ। କିଛି ସମୟରେ ବ୍ୟକ୍ତି ଦୁଃଖରେ ଭାଙ୍ଗି ପଡ଼ିଥିବା ସମୟରେ ଭଗବାନ ବିଷ୍ଣୁ ଶାନ୍ତ ସ୍ବରୂପ ଧର୍ଯ୍ଯ ଦେବା ସହିତ ଜୀବନର ସବୁ କଷ୍ଟକୁ ଦୂର କରିବାର ପ୍ରେରଣା ଦେଇଥାଏ।

ହିନ୍ଦୁ ପୌରାଣିକ କଥା ଅନୁସାରେ ଶେଷନାଗ ନିଜର କୁଣ୍ଡଳୀରେ ସମସ୍ତ ଗ୍ରହକୁ ଧରି ରଖିଥାନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଉଚ୍ଚାରଣ କରିଥାନ୍ତି। ଯଦି ଭଗବାନ ବିଷ୍ଣୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ଗ୍ରହ ଏବଂ ତାରାମାନଙ୍କର ପ୍ରତୀକ ଅଟନ୍ତି ତେବେ ବାସ୍ତବରେ ଏହାର ମହତ୍ବ ସଠିକ୍‌। ଭଗବାନ ବିଷ୍ଣୁ ଏବଂ ଶେଷନାଗଙ୍କ ମଧ୍ୟରେ ସମ୍ବନ୍ଧ ଶାଶ୍ୱତ। ପୁରାଣରେ କୁହାଯାଇଛି, ଭଗବାନ ବିଷ୍ଣୁଙ୍କର ଅନନ୍ତଶୟନ ରୂପ ହେଉଛି ସମୟର ମାର୍ଗ ଦର୍ଶକ। ଖରାପ ଶକ୍ତିକୁ ବିନାଶ କରିବା ପାଇଁ ଭଗବାନ ବିଷ୍ଣୁଙ୍କର ପ୍ରତ୍ୟେକ ଅବତାରରେ ଶେଷନାଗ ଜଡ଼ିତ ଅଛନ୍ତି ଏବଂ ସେ ବିଶ୍ବକୁ ପାପରୁ ରକ୍ଷା କରିଥିଲେ।

ତ୍ରେତୟା ଯୁଗରେ ଶେଷନାଗ ଲକ୍ଷ୍ମଣ ରୂପ ଏବଂ ଦ୍ବାପର ଯୁଗରେ ବଳରାମଙ୍କ ଅବତାର ଧାରଣ କରିଥିଲେ। ଏହି ଦୁଇ ଜନ୍ମରେ ସେ ଭଗବାନ ରାମ ଏବଂ କୃଷ୍ଣଙ୍କର ସହାୟତା କରିଥିଲେ। ମହାଭାରତ ଆଦିପର୍ବ ଆସ୍ତିକ ଉପପର୍ବର ୩୬ତମ ଅଧ୍ୟାୟ ଶ୍ଲୋକରେ ଉଲ୍ଲେଖ କରାଯାଇଛି, ଭଗବାନ ବ୍ରହ୍ମା ପୃଥିବୀକୁ ନିଜ ଉପରେ ଧାରଣ କରିବା ପାଇଁ ଶେଷନାଗଙ୍କୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.