ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ମା’ଙ୍କୁ ଉପାସନା କରିବାର ନିୟମ

ଶାରଦୀୟ ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍‌ କରିଥାଏ।

ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ। ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

brahmacharini

କ’ଣ ରହିଛି ମା’ଙ୍କ ପୂଜା ବିଧି :

ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।

ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ହେବା ଯୋଗୁଁ ସବୁବେଳେ ଖରାପ ହେବାର ଭୟ ରହିଥାଏ। ଏମିତି ଲୋକ ବେଳେ ବେଳେ କ୍ରୁର ହୋଇଥାନ୍ତି। ତେଣୁ ସ୍ୱାଧିଷ୍ଠାନ ଚକ୍ରକୁ ସଠିକ କରିବା ପାଇଁ ରାତ୍ରରେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ। ଧଳା ଆସନରେ ବସନ୍ତୁ। ଦେବୀଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ। ପ୍ରଥମେ ନିଜ ଗୁରୁଙ୍କ ନାମ ସ୍ମରଣ କରି ତା’ ପରେ ଅଜ୍ଞ ଚକ୍ରରେ ଧ୍ୟାନ ଲଗାନ୍ତୁ। ଧ୍ୟାନ କରିବା ପାଇଁ ଗୁରୁ ସ୍ୱାଧିଷ୍ଠାନ ଚକ୍ରକୁ ମଜବୁତ କରିବା ପାଇଁ ପ୍ରାର୍ଥନା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.