ହଠାତ ଆକାଶରେ ଉଡିବାର ନଜର ଆସିଲା ଏଲିୟନ, ତଳେ ଆସି ପଡିବାରୁ ଜଣାପଡିଲା ପ୍ରକୃତ ସତ……

ଗ୍ରେଟର ନୋଏଡା ସ୍ଥିତ ଭଟ୍ଟା ପାରସୋଲ ଗାଁରେ ଶନିବାର ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଥିଲା । ହଠାତ ପାରସୋଲ ଗାଁର ଆକାଶରେ ଏଲିୟନ ପରି ଏକ ଆକୃତି ଆକାଶରେ ଉଡିବାକୁ ଲାଗିଥିଲା । ଆକାଶରେ ଏମିତି ଏକ ଅଜବ ଦୃଶ୍ୟକୁ ଦେଖି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା । ଆଉ କିଛି ସମୟ ପରେ ଚାହୁଁ ଚାହୁଁ ଏହି ଏଲିୟନଟି ଭୂମିରେ ଆସି ପଡିଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖର ଲୋକଙ୍କ ଭିଡ ଜମିବାକୁ ବି ଲାଗିଥିଲା । ସ୍ଥାନୀୟ ଲୋକେ ଉତ୍ସୁକତାର ଚାହିଁ ରହିଥିଲେ ସତରେ କଣ ଆକାଶରେ ଏଲିୟନ ବୁଲୁଛନ୍ତି । ଉତ୍ସୁକତା ସହ ମନରେ ଏକ ପ୍ରକାର ଭୟ ବି ରହିଥିଲା । ସାଧାରଣ ଲୋକ ତ ଲୋକ ପୋଲିସ ମାନେ ତାହା ନିକଟକୁ ଯିବାକୁ ଡରୁଥିଲେ ।

alien

କିନ୍ତୁ ପାଖକୁ ଆସିବାରୁ ଜଣାପଡ଼ିଥିଲା କି ପ୍ରକୃତରେ ଏହା କୌଣସି ଏଲିୟନ ନୁହନ୍ତି ଏଲିୟନ ଆକୃତିର ଏକ ବେଲୁନ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଖୁବ ଡେରି ପର୍ଯ୍ୟନ୍ତ ଏଲିୟନଟି ଆକାଶରେ ଉଡିଥିଲା । କିଛି ସମୟ ପରେ ଏହି ବେଲୁନଟି ଭୂମିରେ ଆସି ପଡିଥିବା ବେଳେ ବୁଦାରେ ଯାଇ ଲାଖି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଯାଇ ପହଂଚି ଥିଲେ ମଧ୍ୟ ମନର ଭୟ କାରଣରୁ ଦୀର୍ଘ ସମୟ ଯାଏଁ ତାହା ନିକଟକୁ ଯାଇ ପାରିନଥିଲେ । ସମସ୍ତଙ୍କ ମନରେ ଏହା ଏକ ଏଲିୟନ ବୋଲି ଧାରଣା ଥିଲା । ଏଥିପାଇଁ ଅନେକ ସମୟ ଯାଏଁ ବେଲୁନଟି ପଡ଼ିଥିଲେ ମଧ୍ୟ କେହି ତାହା ପାଖକୁ ଯାଇନଥିଲେ । କିନ୍ତୁ ପ୍ରକୃତ ଘଟଣା ଜାଣିବା ପରେ ସମସ୍ତଙ୍କ ମନରୁ ଭୟ ଦୂର ହୋଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.