Below header

ଧାମରାର ପ୍ରସିଦ୍ଧ ଠାକୁରାଣୀ ମାଆ ଧାମରାଈଙ୍କ ପୂଜା କରନ୍ତି କୈବର୍ତ୍ତ ବିଧବା ମହିଳା, ପୂରଣ ହୁଏ ସବୁ ମନସ୍କାମନା

ବନ୍ଦର ନଗରୀ ସହର ଭଦ୍ରକ ଜିଲ୍ଲା ଧାମରାରେ ପ୍ରସିଦ୍ଧ ମାଆ ଧାମରାଈଙ୍କ ପୀଠ ରହିଛି । ମାଙ୍କ ପ୍ରତି ରହିଛି ଭକ୍ତଙ୍କର ଅଗାଢ ବିଶ୍ଵାସ । ଏଠାରେ ବିଶେଷ କରି ମାଙ୍କ ଅଙ୍ଗଲାଗି ପୂଜା କରିଥାନ୍ତି କୈବର୍ତ ବିଧବା ମହିଳା ।

ଚାଲିଛି ନବରାତ୍ରୀ । ଲାଗିଛି ଭକ୍ତଙ୍କ ଭିଡ଼ । ଆପଣମାନେ ନିଶ୍ଚିତ ଜାଣିଥିବେ ପ୍ରତ୍ୟେକ ମନ୍ଦିରରେ ପୁରୁଷ ପୂଜକମାନେ ଭଗବାନଙ୍କ ପୂଜା କରନ୍ତି । କିନ୍ତୁ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ପୁରୁଷ ପୂଜକ ନୁହେଁ ମହିଳା ପୂଜକ ହିଁ ମା’ଙ୍କ ପୂଜା କରନ୍ତି । ଆପଣଙ୍କୁ ହୁଏତ କଥା ଟା ବିଶ୍ୱାସ ହେଉ ନଥିବ । କିନ୍ତୁ ଏହି ମନ୍ଦିରରେ ମା’ଙ୍କ ପୂଜା ଜଣେ କୈବର୍ତ୍ତ ବିଧବା ମହିଳା କରନ୍ତି । ଏଭଳି ପରମ୍ପରା ଏଠାରେ କେଉଁ କାଳରୁ ଚାଲି ଆସୁଛି ।

ଭଦ୍ରକ ଜିଲ୍ଲା ଧାମରାର ମା ଧାମରାଈଙ୍କ ପୀଠ । ପରମ୍ପରା ଓ ପ୍ରଥା ଅନୁସାରେ ଏହି ମନ୍ଦିରରେ ଦେଖିବାକୁ ମିଳନ୍ତି ମହିଳା ପୂଜକ । ଯାହାକି କାଇଁ କେଉଁ କାଳରୁ ମା ଧାମରାଈଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି କୈବର୍ତ୍ତ ବିଧବା ମହିଳା । ଭକ୍ତଙ୍କର ବିଶ୍ଵାସ ମାଙ୍କୁ ମାଟି ଘୋଡା ଲାଗି କଲେ ମନସ୍କାମନା ନିଶ୍ଚିତ ପୂରଣ ହୁଏ । ବନ୍ଦର ନଗରୀ ସହର ଭଦ୍ରକ ଜିଲ୍ଲା ଧାମରାରେ ପ୍ରସିଦ୍ଧ ମାଆ ଧାମରାଈଙ୍କ ପୀଠ ରହିଛି । ମାଙ୍କ ପ୍ରତି ରହିଛି ଭକ୍ତଙ୍କର ଅଗାଢ ବିଶ୍ଵାସ । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ । ଏହି ପୀଠର ବିଶେଷ କଥା ହେଉଛି ଏଠାରେ ଆପଣମାନେ ଦେଖିବାକୁ ପାଇବେ ମହିଳା ପୂଜକ । ମନ୍ଦିର ତୋଳା ଦିନଠାରୁ ମହିଳା ପୂଜକ ମା’ଙ୍କ ସେବା ପୂଜା କରିଆସୁଛନ୍ତି । ଯେଉଁ ମହିଳା ମାଙ୍କୁ ପୂଜା କରିବେ ସେ କୈବର୍ତ୍ତ ବିଧବା ମହିଳା ହୋଇଥିବା ଆବଶ୍ୟକ । ବିଶେଷ କରି ମାଙ୍କ ଅଙ୍ଗଲାଗି ପୂଜା କରିଥାନ୍ତି ଏହି କୈବର୍ତ ବିଧବା ମହିଳା । ତେବେ ଅନ୍ୟ କୌଣସି ଦେବା ଦେବୀ ପୀଠରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନଥାଏ । ମହିଳା ପୂଜକଙ୍କ ଛଡା ପୁରୁଷ ପୂଜକ ମଧ୍ୟ ଅଛନ୍ତି । କିନ୍ତୁ ପୁରୁଷ ପୂଜକ କେବଳ ଭୋଗ ଲଗାଇବା ଠାରୁ ଆରମ୍ଭ କରି ହୋମ , ଯଜ୍ଞ ଆଦି ସେବା କରିଥାନ୍ତି ।

ମାଆଙ୍କର ମହିମା ଅନେକ । ମାଙ୍କ ପାଖରେ ମାଟି ଘୋଡା ଦେଇ ଯାହା କିଛି ମନାଷି ଯାଏ ତାହା ନିଶ୍ଚିତ ପୂରଣ ହୁଏ ବୋଲି ଭକ୍ତଙ୍କର ଅଗାଢ ବିଶ୍ଵାସ ରହିଛି । ତେଣୁ ମାଙ୍କ ପାଖକୁ ଆସୁଥବା ଭକ୍ତ ମାଙ୍କୁ ମାଟି ଘୋଡା ଅର୍ପଣ କରିବା ସହ ଡୋରି ବାନ୍ଧି ମାନସିକ କରିଥାନ୍ତି । ବର୍ଷକ ବାର ମାସର ତେର ପର୍ବ ପାଳନ କରାଯାଇଥାଏ ମା ଧାମରାଈଙ୍କ ପାଖରେ । ବର୍ତ୍ତମାନ ନବରାତ୍ର ପୂଜା ଚାଲୁଥୁବାରୁ ମାଙ୍କ ପାଖରେ ମଧ୍ୟ ଚାଲୁଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା । ପ୍ରତ୍ୟେକ ଦିନ ଭୋର ୪ଟାରେ ମନ୍ଦିର ପହୁଡ ଖୋଲାଯାଇ ପ୍ରଥମେ ମାଙ୍କୁ ମହାସ୍ନାନ କରାଯାଇଥାଏ । ପରେ ମଙ୍ଗଳ ଆରତି ପରେ ରିତିନୀତି ଅନୁସାରେ ଚାଲିଥାଏ ପୂଜାର୍ଚ୍ଚନା । ନବରାତ୍ର ଚାଲୁଥୁବାରୁ ସନ୍ଧ୍ୟା ସମୟରେ ମାଙ୍କ ପାଖରେ ହୋମ , ଯଜ୍ଞ ସହ ଷୋଡଶ ଉପଚାର ପୂଜା ମଧ୍ୟ କରାଯାଉଛି । ମାଙ୍କର ମୁଖ୍ୟ ପର୍ବ ହେଲା ମକର ପର୍ବ । ଏହି ପର୍ବ ଦୀର୍ଘ ୧୫ ଦିନ ଧରି ପାଳନ କରାଯାଇଥାଏ ।

ମାଙ୍କ ପୂଜା ଜଣେ ମହିଳା କରୁଥିବାରୁ ଏହି ସ୍ଥାନକୁ ଭକ୍ତମାନେ ଦୌଡ଼ି ଆସନ୍ତି । ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି ମା’ଙ୍କ ଆଶ୍ରୀର୍ବାଦ ପାଇଁ । ମା’ଙ୍କ ନିକଟରେ ମନସ୍କାମନା କଲେ ସବୁକିଛି ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.